ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରର ଅନ୍ତରୀଣ ଜାମିନ ବୃଦ୍ଧି କଲେ ସୁପ୍ରିମ୍‌କୋର୍ଟ

ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରର ଅନ୍ତରୀଣ ଜାମିନ ବୃଦ୍ଧି କଲେ ସୁପ୍ରିମ୍‌କୋର୍ଟ

www.indiatoday.in

ନୂଆଦିଲ୍ଳୀ: ଉତ୍ତରପ୍ରଦେଶର ସୀତାପୁର ଜିଲ୍ଳାର ଧାର୍ମିକ ଭାବନାକୁ ଆହତ କରିଥିବା ମାମଲାରେ ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରର ଅନ୍ତରୀଣ ଜାମିନକୁ ମଙ୍ଗଳବାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସୁପ୍ରିମ୍‌କୋର୍ଟ ବଢ଼ାଇ ଦେଇଛନ୍ତି । ଜୁବେର୍‌ ବିରୋଧରେ ରହିଥିବା ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୭ ତାରିଖରେ ହେବ ବୋଲି ସୂଚନା ରହିଛି। ଜ‌ୁବେର ପକ୍ଷରୁ ବରିଷ୍ଠ ଓକିଲ କୋଲିନ୍‌ ଗନ୍‌ସେଲ୍‌ଭସ ନିଜର ମତ ରଖି କହିଛନ୍ତି ଯେ ଜୁବେରକୁ କିଛି ଦିନ ତଳୁୁ ହିଁ ସର୍ବୋଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ ପ୍ରଦାନ କରି ସାରିଛନ୍ତି।

ନିକଟରେ କୋର୍ଟ ଜୁବେରର ଜାମିନ ଆବେଦନକୁ ଖାରଜ କରି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ। ୨୦୧୮ ମସିହାରେ ଟ୍ୱିଟରରେ ଆପତ୍ତିଜନକ ପୋଷ୍ଟ ଲେଖିଥିବାରୁ ଜୁନ୍ ୨୭ରେ ଦିଲ୍ଳୀ ପୁଲିସ୍‌ ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରକୁ ଗିରଫ କରିଥିଲା।

ଜୁବେର ବିରୋଧରେ ପ୍ରଥମେ ଭାରତୀୟ ଦଣ୍ଡ ସଂହିତା ଧାରା ୧୫୩ (ଦଙ୍ଗା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ପୋଷ୍ଟ) ଏବଂ ୨୯୫ (କୌଣସି ଧର୍ମକୁ ଅପମାନିତ କରିବା ଉଦ୍ଦେଶ୍ୟରେ ପୂଜାସ୍ଥଳୀକୁ ଅପବିତ୍ର କରିବା ) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ପରେ ତା ବିରୋଧରେ ୨୯୫ଏ (ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ମନମୁଖୀ ତଥା ମନ୍ଦ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରିବା) ଅଧୀନରେ ଏକ ମାମଲା ମଧ୍ୟ ପଞ୍ଜୀକୃତ ହୋଇଥିଲା ।

ସୂଚନା ଥାଉ କି ଟୁଇଟ୍‌ କରିଥିବା ପୋଷ୍ଟଗୁଡ଼ିକରୁ ଗୋଟିକରେ ଧାର୍ମିକ ଭାବାବେଗକୁ ବାଧିବା ଭଳି ବିଷୟବସ୍ତୁ ଥିବାରୁ ଜୁନ୍‌ ୨୭ରେ ଦିଲ୍ଲୀ ପୁଲିସ ମହମ୍ମଦ ଜୁବେରକୁ ଗିରଫ କରିଥିଲା। ସେଦିନ ନିମ୍ନ ଅଦାଲତ ତାକୁ ଗୋଟିଏ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe