ମୁଡା ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ମନାକଲେ ହାଇକୋର୍ଟ

Advertisment

ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କୁ ଆଶ୍ବସ୍ତି। ତାଙ୍କ ନାମରେ ରହିଥିବା ମୌସୁର ଅର୍ବାନ ଡେଭ୍‌ଲପମେଣ୍ଟ୍‌ ଅଥରିଟି (ମୁଡା) ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଶୁକ୍ରବାର ମନା କରି ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ।

ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କୁ ଆଶ୍ବସ୍ତି। ତାଙ୍କ ନାମରେ ରହିଥିବା ମୌସୁର ଅର୍ବାନ ଡେଭ୍‌ଲପମେଣ୍ଟ୍‌ ଅଥରିଟି (ମୁଡା) ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଶୁକ୍ରବାର ମନା କରି ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ।

Sidharamai

 ବେଙ୍ଗାଲୁରୁ: ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କୁ ଆଶ୍ବସ୍ତି। ତାଙ୍କ ନାମରେ ରହିଥିବା ମୌସୁର ଅର୍ବାନ ଡେଭ୍‌ଲପମେଣ୍ଟ୍‌ ଅଥରିଟି (ମୁଡା) ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଶୁକ୍ରବାର ମନା କରି ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଆରଟିଆଇ କର୍ମୀ ସ୍ନେହମୟୀ କୃଷ୍ଣଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆର୍‌ଟିଆଇ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଏହାକୁ ଏବେ ଲୋକୟୁକ୍ତ ତଦନ୍ତ କରିବେ ବୋଲି କୋର୍ଟ କହିଛନ୍ତି। 

ଏହି ରାୟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପାଇଁ ଆଶ୍ୱସ୍ତି ଆଣିଛି। କାରଣ ଏଥିରେ ତାଙ୍କ ବିରୁଦ୍ଧରେ ଅନିୟମିତତାର ଅଭିଯୋଗ ରହିବା ସହ ତାଙ୍କ ପତ୍ନୀ ପାର୍ବତୀ ବିଏମ୍‌ଙ୍କ ନାମରେ ମଧ୍ୟ ବେଆଇନ୍ ଆବଣ୍ଟନର ଅଭିଯୋଗ ରହିଛି।

ତେବେ ସିଦ୍ଧରମୈୟାଙ୍କ ବିରୋଧ‌ରେ ହାଇକୋର୍ଟରେ ଆବେଦନ କରିଥିବା କୃଷ୍ଣ କହିଛନ୍ତି ଯେ ସେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଯିବେ।

ତେବେ ହାଇକୋର୍ଟଙ୍କ ରାୟକୁ ସିଦ୍ଧରମୈୟା ନିଜର ଖୁସି ବ୍ୟକ୍ତ କରି କହିଛନ୍ତି, ‘‘ମୁଁ କୋର୍ଟଙ୍କ ରାୟକୁ ସ୍ୱାଗତ କରୁଛି ଏବଂ ରାୟକୁ ସମ୍ମାନ ଦେବି,"।

ସମସ୍ତ ପକ୍ଷ ଶୁଣିବା ପରେ ଗତ ମାସରେ କୋର୍ଟ ତାଙ୍କର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଆବେଦନକାରୀଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ ଅଭିଯୁକ୍ତଙ୍କର ଏହି ପର୍ଯ୍ୟାୟରେ ଶୁଣାଣି ହେବାର ଅଧିକାର ନାହିଁ ଏବଂ କେଉଁ ଏଜେନ୍ସି ତଦନ୍ତ ପରିଚାଳନା କରିବ ତାହା ସେ ନିଷ୍ପତ୍ତି ନେଇପାରିବେ ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଓକିଲ କପିଲ ସିବଲ ସମାନ ଯୁକ୍ତି ବ୍ୟବହାର କରି ପଚାରିଥିଲେ ଯେ ଯଦି ଅଭିଯୁକ୍ତ ତଦନ୍ତକାରୀ ସଂସ୍ଥା ବାଛିପାରିବେ ନାହିଁ, ତେବେ ଆବେଦନକାରୀ କିପରି ଏହା କରିପାରିବେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe