ଚିଟଫଣ୍ଡ ଅଭିଯୁକ୍ତ ଅମନପ୍ରୀତ ସିଂହଙ୍କୁ ଆଶ୍ବସ୍ତି: ଏନବିଡବ୍ଲ୍ୟୁ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ରିଅଲ୍‌ ଇଷ୍ଟେଟ୍‌ ପ୍ରସଙ୍ଗ: କେନ୍ଦ୍ରକୁ ସୁପ୍ରିମ୍‌ କୋର୍ଟ ନୋଟିସ୍‌, ‘ଗ୍ରାହକ-ବିଲ୍‌ଡର୍‌ ଚୁକ୍ତି’ର ପ୍ରସ୍ତୁତ କରିବାକୁ କହିଲେ

Image Courtesy of India TV News

ନୂଆଦିଲ୍ଲୀ : ଏକ ଗୁରୁତ୍ବପୂର୍ଣ୍ଣ ଆଦେଶରେ ଚିଟଫଣ୍ଡ ଅଭିଯୁକ୍ତ ଅମନପ୍ରୀତ ସିଂହକୁ ସୁପ୍ରିମକୋର୍ଟ ବିଚାରପତି ଏସକେ କୌଲ ଓ ବିଚାରପତି ହୃଷିକେଶ ରାୟଙ୍କ ଖଣ୍ଡପୀଠ ଗିରଫଦାରୀରୁ ଆଶ୍ବସ୍ତି ପ୍ରଦାନ କରିବା ସହିତ ଟ୍ରାଏଲ୍‌ କୋର୍ଟ ଦ୍ବାରା ଜାରି କରାଯାଇଥିବା ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ରହିତାଦେଶ ଲଗାଇଛନ୍ତି।

ଅମନପ୍ରୀତକୁ ଜୁନ୍‌ ୯, ୨୦୨୧ରେ ଏସ୍‌ଡିଜେଏମଙ୍କ ନିକଟରେ ହାଜର ହେବା ପାଇଁ ନୋଟିସ୍‌ ଜାରି କରାଯାଇଥିଲା। କରୋନା ମହାମାରୀ ଯୋଗୁ ଅମନପ୍ରୀତ ଭିଡିଓ କନଫରେନ୍‌ସିଂ ଜରିଆରେ ହାଜର ହେବା ପାଇଁ ଅନୁରୋଧ କରିଥିଲା। ଟ୍ରାଏଲ୍‌ କୋର୍ଟ ଅମନପ୍ରୀତର ଅନୁରୋଧକୁ ପ୍ରତ୍ୟାଖାନ କରିଦେଇଥିଲେ ଏବଂ ଏନ୍‌ବିଡବଲ୍ୟୁ ଜାରି କରାଯାଇଥିଲା। ଶୁଣାଣି ବେଳେ ଅମନପ୍ରୀତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂହ ଓଡ଼ିଶା ହାଇକୋର୍ଟଙ୍କ ଜୁନ ୪ର ଆଦେଶ ସଂପର୍କରେ ଖଣ୍ଡପୀଠଙ୍କୁ ଅବଗତ କରି କହିଥିଲେ। କୋଭିଡ ଲକ୍‌ଡାଉନ୍‌ ପାଇଁ କେବଳ କୋର୍ଟ ପରିସରକୁ କୋର୍ଟ କର୍ମଚାରୀଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା। ତଦନ୍ତ ସମୟରେ ସିବିଆଇ କେବେ ମଧ୍ୟ ଅମନପ୍ରୀତର ଗିରଫଦାରି ଚାହିଁ ନଥିଲା। ଅମନପ୍ରୀତର ନିୟମିତ ଜାମିନ ଆବେଦନ ଓଡ଼ିଶା ହାଇକୋର୍ଟ ଜୁଲାଇ ୯, ୨୦୨୧ରେ ଖାରଜ କରିଦେଇଥିବାରୁ ସେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖଣ୍ଡପୀଠ ଅମନପ୍ରୀତଙ୍କୁ ଗିରଫଦାରିରୁ ଆଶ୍ବସ୍ତି ପ୍ରଦାନ କରିବା ସହିତ ଶାରୀରିକ ଶୁଣାଣିର ସମ୍ଭାବନା ପର୍ଯ୍ୟନ୍ତ ଭିଡିଓ କନଫରେନସିଂ ଜରିଆରେ ଟ୍ରାଏଲ୍‌ ପ୍ରୋସିଡିଂରେ ଯୋଗଦେବା ପାଇଁ ଆଦେଶରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe