ଇମ୍ରାନ୍‌ ଖାଁଙ୍କ ନେତୃତ୍ୱାଧୀନ ସରକାରଙ୍କ ଅଧୀନରେ ପାକିସ୍ତାନରେ ଧାର୍ମିକ ସ୍ୱାଧୀନତାର ଅବନତି ଘଟୁଛି

Advertisment
ଇମ୍ରାନ୍‌ ଖାଁଙ୍କ ନେତୃତ୍ୱାଧୀନ ସରକାରଙ୍କ ଅଧୀନରେ ପାକିସ୍ତାନରେ ଧାର୍ମିକ ସ୍ୱାଧୀନତାର ଅବନତି ଘଟୁଛି

Image Source: Zee News

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ନେତୃତ୍ୱାଧୀନ ସରକାର ଅଧୀନରେ ପାକିସ୍ତାନରେ ଧାର୍ମିକ ସ୍ୱାଧୀନତାର ଅବନତି ଘଟୁଥିବା କଥା ଜାତିସଂଘର ‘କମିସନ୍‌ ଅନ୍‌ ଦି ଷ୍ଟାଟସ୍‌ ଅଫ୍‌ ଉଇମିନ୍‌’ (ସିଏସ୍‌ଡବ୍ଲୁ) କହିଛି।

ଧାର୍ମିକ ସଂଖ୍ୟାଲଘୁମାନଙ୍କ ଉପରେ ଆକ୍ରମଣ କରିବାକୁ ପାକିସ୍ତାନର ତେହରୀକ୍‌-ଏ-ଇନ୍‌ସାଫ୍‌ ସରକାରଙ୍କ ବିଦ୍ୱେଷାତ୍ମକ ଆଇନ୍‌ ଜନତାଙ୍କୁ ‘ଉଗ୍ରବାଦୀ ମନୋଭାବ’ରେ ସଶକ୍ତ କରିଛି ବୋଲି ‘ସିଏସ୍‌ଡବ୍ଲୁ’ ତା’ର ରିପୋର୍ଟରେ ଉଲ୍ଲେଖ କରିଛି।

publive-image Iamge Source: ANI

ଡିସେମ୍ବର ମାସରେ ପ୍ରକାଶ ପାଇଥିବା ୪୭ ପୃଷ୍ଠାବିଶିଷ୍ଟ ‘ସିଏସ୍‌ଡବ୍ଲୁ’ ରିପୋର୍ଟ ‘ପାକିସ୍ତାନ-ରିଲିଜିୟସ୍‌ ଫ୍ରିଡମ୍‌ ଅଣ୍ଡର୍‌ ଆଟାକ୍‌’ରେ ଏ ବିଷୟରେ ଚିନ୍ତା ପ୍ରକଟ କରାଯାଇଛି। ବଢ଼ିଚାଲିଥିବା ଧାର୍ମିକ ଅବମାନନା ଏବଂ ଅହମଦିୟା-ବିରୋଧୀ ଆଇନର ସଶସ୍ତ୍ରିକରଣ ଏବଂ ରାଜନୀତିକରଣ ଉପରେ ଜାତିସଂଘର ଆର୍ଥିକ ଏବଂ ସାମାଜିକ ପରିଷଦ୍‌ର ‘ସିଏସ୍‌ଡବ୍ଲୁ’ ଉଦ୍‌ବେଗ ପ୍ରକଶ କରି କହିଛି ଯେ ଇସ୍‌ଲାମୀୟ ସଙ୍ଗଠନ ସବୁ ଏହାକୁ ଧାର୍ମିକ ସଂଖ୍ୟାଲଘୁମାନଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ରାଜନୈତିକ ଆସ୍ଥାନ ପାଇବାକୁ ବ୍ୟବହାର କରୁଛନ୍ତି।

ବିଶେଷକରି ହିନ୍ଦୁ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ମହିଳା ଓ ଝିଅମାନେ ଏଥିରେ ସରବ୍ୟ ହେଉଛନ୍ତି ବୋଲି କମିସନ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe