ପ୍ରଫେଟ୍‌ଙ୍କ ବିରୋଧରେ ଟିପ୍ପଣୀ: ଉପସାଗରୀୟ ରାଷ୍ଟ୍ରରେ ଭାରତୀୟ ସାମଗ୍ରୀ ବର୍ଜନ ଦାବି ଜୋର୍‌ ଧରିଲା

Advertisment
ପ୍ରଫେଟ୍‌ଙ୍କ ବିରୋଧରେ ଟିପ୍ପଣୀ: ଉପସାଗରୀୟ ରାଷ୍ଟ୍ରରେ ଭାରତୀୟ ସାମଗ୍ରୀ ବର୍ଜନ ଦାବି ଜୋର୍‌ ଧରିଲା

cbc.ca

ନୂଆଦିଲ୍ଲୀ  : ପ୍ରଫେଟ୍‌ଙ୍କ ବିରୋଧରେ ଟିପ୍ପଣୀ ପାଇଁ ଉପସାଗରୀୟ ରାଷ୍ଟ୍ରମାନଙ୍କରେ ଭାରତ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନଲାଇନ୍‌ରେ ଭାରତୀୟ ସାମଗ୍ରୀ ବର୍ଜନ ଦାବି ଜୋର୍‌ ଧରିଛି। ବିଭିନ୍ନ ଉପସାଗରୀୟ ରାଷ୍ଟ୍ରରେ ଫେସବୁକ୍‌ ଏବଂ ଟ୍ବିଟର୍‌ରେ ‘ବୟକଟ୍‌ ଇଣ୍ଡିଆ ପ୍ରଡକ୍ଟ୍‌ସ’ ଏବଂ ‘ଷ୍ଟପ୍‌ ଇନସଲ୍ଟିଙ୍ଗ ପ୍ରଫେଟ୍‌ ମହମ୍ମଦ’ ଅର୍ଥାତ ଭାରତୀୟ ସାମଗ୍ରୀକୁ ବର୍ଜନ କର ଏବଂ ପ୍ରଫେଟ୍‌ଙ୍କୁ ଅପମାନିତ କରିବା ବନ୍ଦ କର ବୋଲି ଟ୍ରେଣ୍ଡ୍‌ କରୁଛି। ୧୬ ରୁ ଅଧିକ ରାଷ୍ଟ୍ର ପ୍ରଫେଟ୍‌ଙ୍କ ବିରୋଧରେ ଟିପ୍ପଣୀକୁ କଡ଼ା ନିନ୍ଦା କରିଛନ୍ତି। କିଛି ରାଷ୍ଟ୍ର ଭାରତଠାରୁ ଏହି ପ୍ରସଙ୍ଗରେ କ୍ଷମା ଦାବି କରିଛନ୍ତି। କିନ୍ତୁ ଏବେ ଭାରତୀୟ ସାମଗ୍ରୀ ବର୍ଜନ ପାଇଁ ଅନଲାଇନ୍‌ରେ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାହା ମୋଦୀ ସରକାରଙ୍କ ପାଇଁ ଏକ ବଡ଼ ମୁଣ୍ଡବ୍ୟଥାର କାରଣ ହୋଇଛି।

ଦୀର୍ଘ ୮ ବର୍ଷ ଧରି ମଧ୍ୟପ୍ରାଚ୍ୟ ରାଷ୍ଟ୍ରମାନଙ୍କ ସହ ସମ୍ପର୍କ ସୁଦୃଢ଼ କରିବାକୁ ଚେଷ୍ଟା କରିଥିବା ମୋଦୀ ସରକାର ଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି। ଉପସାଗରୀୟ ରାଷ୍ଟ୍ରର ବିଭିନ୍ନ ସୁପରମାର୍କେଟ୍‌ରେ ଭାରତୀୟ ସାମଗ୍ରୀ ବର୍ଜନ ଆରମ୍ଭ ହୋଇଛି। କୁଏତ ସହରର ଏକ ସୁପରମାର୍କେଟ୍‌ ସେଲ୍‌ଭରୁ ଭାରତୀୟ ଚା, ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ କାଢ଼ି ଦିଆଯାଇଛି। କୁଏତ ସୁପର‌‌ଷ୍ଟୋର୍‌ର ଜଣେ ସିଇଓ କହିଛନ୍ତି, ପ୍ରଫେଟ୍‌ଙ୍କୁ ଅପମାନିତ କରିଥିବାରୁ ଆମେ ଭାରତୀୟ ସାମଗ୍ରୀକୁ ବର୍ଜନ କରୁଛୁ। ଆମେ କୁଏତ ମୁସଲମାନ ଲୋକ ଭାବେ ପ୍ରଫେଟ୍‌ଙ୍କ ଅପମାନ ସହି ପାରିବୁନି। ଇତି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ପ୍ରଫେଟଙ୍କ ବିରୋଧରେ ଟିପ୍ପଣୀ ଏନ୍‌ଡିଏ ସରକାର ଉପରେ କିଛି ପ୍ରଭାବ ପକାଇବନି। ନିଲମ୍ବିତ ନୂପୁର ଶର୍ମା ଜଣେ ସରକାରୀ କାର୍ଯ୍ୟକର୍ତ୍ତା ହୋଇନଥିବାରୁ ଏହା ସରକାରଙ୍କ ଉପରେ କିଛି ପ୍ରଭାବ ପକାଇବନି ବୋଲି ଗୋୟଲ କହିଛନ୍ତି। ଉପସାଗରୀୟ ରାଷ୍ଟ୍ରମାନଙ୍କ ସହ ମଧ୍ୟ ସମ୍ପର୍କ ଭଲ ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe