ରେମ୍‌ଡେସ୍‌ଭିର ‘ରାମବାଣ’ ନୁହେଁ, ୮୫% ଲୋକ ବିନା ରେମ୍‌ଡେସ୍‌ଭିରରେ ଆରୋଗ୍ୟ ହୋଇଛନ୍ତି

Advertisment

କରୋନା ଲକ୍ଷଣ ଦେଖାଦେଲେ ବ୍ୟସ୍ତ ହୁଅନ୍ତୁ ନାହିଁ

କରୋନା ଲକ୍ଷଣ ଦେଖାଦେଲେ ବ୍ୟସ୍ତ ହୁଅନ୍ତୁ ନାହିଁ

ରେମ୍‌ଡେସ୍‌ଭିର ‘ରାମବାଣ’ ନୁହେଁ, ୮୫% ଲୋକ ବିନା ରେମ୍‌ଡେସ୍‌ଭିରରେ ଆରୋଗ୍ୟ ହୋଇଛନ୍ତି

India TV

ନୂଆଦିଲ୍ଲୀ : ଦେଶରେ ଏବେ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହୋଇପଡ଼ିଥିବା ବେଳେ ପ୍ରତିଦିନ ୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଏଭଳି ସ୍ଥିତିରେ ଦେଶର ୩ ଜଣ ଖ୍ୟାତନାମା ଡାକ୍ତର ଆଜି କରୋନା ମାମଲାରେ ଲୋକଙ୍କୁ ସଚେତନ କରାଇବାକୁ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଡାକ୍ତରଙ୍କ ଏହି ଟିମ୍‌ରେ ଦିଲ୍ଲୀ ଏମ୍‌ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ, ନାରାୟଣ ହେଲ୍‌ଥର ଅଧ୍ୟକ୍ଷ ଦେବୀ ସେଟ୍ଟି ଏବଂ ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡ. ନରେଶ ତ୍ରେହାନ ସାମିଲ ଥିଲେ। ଏହି ଅବସରରେ ଡ. ତ୍ରେହାନ ଏବଂ ଡ. ଗୁଲେରିଆ କହିଥିଲେ ଯେ କରୋନା ଚିକିତ୍ସାରେ ରେମ୍‌ଡେସଭିର ଆଦୌ ‘ରାମବାଣ’ ନୁହେଁ ଏବଂ ଏହାର କୌଣସି ବିଶେଷ ଉପକାରିତା ଥିବା ପ୍ରମାଣିତ ହୋଇନାହିଁ। ଯେଉଁମାନଙ୍କୁ ଅକ୍ସିଜେନ୍‌ ଆବଶ୍ୟକ ପଡ଼ୁନାହିଁ ସେମାନେ ସୁରକ୍ଷା ଦୃଷ୍ଟିରୁ ରେମ୍‌ଡିସ୍‌ଭିର ବ୍ୟବହାର ନ କରିବାକୁ ଉଭୟ ଡାକ୍ତର ପରାମର୍ଶ ଦେଇଛନ୍ତି। ରେମଡିସ୍‌ଭିରର ଅଯଥା ବ୍ୟବହାର କଲେ ସମସ୍ୟା ବଢ଼ିବ ଏବଂ ଯେଉଁମାନଙ୍କୁ ପ୍ରକୃତରେ ଏହା ଆବଶ୍ୟକ ସେମାନଙ୍କୁ ତାହା ଉପଲବ୍ଧ କରାଇବାରେ ସମସ୍ୟା ଉପୁଜିବ ବୋଲି ଡ. ଗୁଲେରିଆ କହିଛନ୍ତି। ଲକ୍ଷଣ ଦେଖାଦେବା ମାତ୍ରେ ନିଜକୁ ତୁରନ୍ତ ସଂଗରୋଧରେ ରଖିବାକୁ ହେବ। ଅକ୍ସିଜେନ୍‌ ସ୍ତର କମିବା ଅନୁଭବ କରିବା ମାତ୍ରେ ଡାକ୍ତରଙ୍କ ସହ ପରମର୍ଶ କରିବାକୁ ସେ କହିଛନ୍ତି।

publive-image YouTube

ନାରାୟଣ ହେଲ୍‌ଥ ଅଧ୍ୟକ୍ଷ ଡ. ସେଟ୍ଟି କହିଛନ୍ତି ଯେ କରୋନା ଲକ୍ଷଣ ଜଣାପଡ଼ିଲେ ଅଦୌ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ ଏବଂ ତୁରନ୍ତ କରୋନା ଟେଷ୍ଟ୍‌ କରାଇ ନେବାକୁ ହେବ। ଯଦି ସ୍ଥିତି ବେଶି ଖରାପ ନାହିଁ ତା’ହେଲେ ଘରେ ହିଁ ଚିକିତ୍ସା ‌ହୋଇପାରିବ। କରୋନା ଏବେ ସାଧାରଣ ରୋଗ ହୋଇସାରିଛି। ତେବେ ସର୍ବଦା ମାସ୍କ ପିନ୍ଧିବା ସହ ଆବଶ୍ୟକ ସ୍ଥଳେ ଅକ୍ସିଜେନ୍‌ ସ୍ତର ଯାଞ୍ଚ କରିବାକୁ ହେବ ବୋଲି ସେ କହିଛନ୍ତି। ଅକ୍ସିଜେନ ସ୍ତର ୯୪ରୁ କମ୍‌ ରହିଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ‌ପଡ଼ିବ ବୋଲି ସେ କହିଛନ୍ତି। ଡ. ଗୁଲେରିଆ କହିଛନ୍ତି ଯେ ୮୫ ପ୍ରତିଶତରୁ ଅଧିକ ଲୋକ ବିନା ରେମ୍‌ଡେସଭିର୍‌ରେ କରୋନାରୁ ଆରୋଗ୍ୟ ହୋଇଛନ୍ତି। ଯେଉଁଠି ଲୋକେ ସାମନ୍ୟ ଉପ‌ଚାର ଦ୍ବାରା ସୁସ୍ଥ ହେଉଛନ୍ତି ସେଠାରେ ରେମ୍‌ଡେସଭିର ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ ବୋଲି ଗୁଲେରିଆ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe