ସେନାର ଆଧୁନିକୀକରଣ ପାଇଁ ୩୫୪୭ କୋଟି: ସୀମା ଯବାନଙ୍କୁ ମିଳିବ ଅତ୍ୟାଧୁନିକ ବନ୍ଧୁକ

Advertisment
ସେନାର ଆଧୁନିକୀକରଣ ପାଇଁ ୩୫୪୭ କୋଟି: ସୀମା ଯବାନଙ୍କୁ ମିଳିବ ଅତ୍ୟାଧୁନିକ ବନ୍ଧୁକ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଡିଏସି(ଡିଫେନ୍ସ ଆକ୍ୟୁଜିସନ କାଉନ୍‌ସିଲ)ବୈଠକରେ ସେନାର ଅଧୁନିକୀକରଣ ପାଇଁ ୩ ହଜାର ୫୪୭ କୋଟି ଟଙ୍କାର ଏକ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିରେ ସେନାକୁ ୭୨,୦୦୦ଟି ସ୍ୱୟଂଚାଳିତ ଅତ୍ୟାଧୁନିକ ରାଏଫଲ ଏବଂ ୯୩,୮୯୫ଟି କାର୍‌ବାଇନ୍‌ ବନ୍ଧୁକ କ୍ରୟ ପାଇଁ ଅନୁମତି ଦିଆଯାଇଛି। ସୀମାରେ ଅନୁପ୍ରବେଶକାରୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସେନାକୁ ସକ୍ରିୟ ରଖିବାକୁ ଏଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ପ୍ରତିରକ୍ଷା ବିଭାଗ ନିିଷ୍ପତ୍ତି ନେଇଛି। ଭାରତ ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିବାକୁ ଡିଏସି ପକ୍ଷରୁ ‘ମେକ୍‌-୨’ ପ୍ରକ୍ରିୟାରେ ଏସବୁ ଅସ୍ତ୍ର ଶସ୍ତ୍ର ନିର୍ମାଣ କରିବାକୁ ଘରୋଇ କମ୍ପାନିଙ୍କୁ ପ୍ରୋତ୍ସାହନ ଦିଆଯିବ ବୋଲି ଜଣାଯାଇଛି। ‘ମେକ୍‌-୨’ ପ୍ରକ୍ରିୟା ପୂର୍ବରୁ କେବଳ ବଛାବଛା କିଛି କମ୍ପାନିଙ୍କୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ଅନୁମତି ମିଳିପାରୁଥିଲା। ତେବେ ଏହି ପ୍ରକି୍ରିୟା ପରେ ଏବେ ସମସ୍ତ କମ୍ପାନିଙ୍କୁ ସ୍ୱାଗତ କରାଯିବ। ଫଳରେ ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର ହୋଇପାରିବ ବୋଲି ମନ୍ତ୍ରାଳୟ ଆଶା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe