ମୁଖବନ୍ଧରୁ ହଟିବନି ‘ସମାଜବାଦ’, ‘ଧର୍ମନିରପେକ୍ଷ’: ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

Advertisment

ସମ୍ବିଧାନର ମୁଖବନ୍ଧରୁ ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ହଟିବ ନାହିଁ। ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସମ୍ବିଧାନ ସଂଶୋଧନ କରାଯାଇ ଏହି ଦୁଇ ଶବ୍ଦକୁ ମୁଖବନ୍ଧରେ ସାମିଲକୁ ଚାଲେଞ୍ଜ...

ସମ୍ବିଧାନର ମୁଖବନ୍ଧରୁ ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ହଟିବ ନାହିଁ। ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସମ୍ବିଧାନ ସଂଶୋଧନ କରାଯାଇ ଏହି ଦୁଇ ଶବ୍ଦକୁ ମୁଖବନ୍ଧରେ ସାମିଲକୁ ଚାଲେଞ୍ଜ...

dgdgddgdg

ନୂଆଦିଲ୍ଲୀ: ସମ୍ବିଧାନର ମୁଖବନ୍ଧରୁ ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ହଟିବ ନାହିଁ। ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସମ୍ବିଧାନ ସଂଶୋଧନ କରାଯାଇ ଏହି ଦୁଇ ଶବ୍ଦକୁ ମୁଖବନ୍ଧରେ ସାମିଲକୁ ଚାଲେଞ୍ଜ କରି ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଆଜି ଖାରଜ କରିଦେଇଛନ୍ତି। ବିଚାରପତି ସଞ୍ଜୀବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ରିଟ୍ ପିଟିସନ୍ ଗୁଡ଼ିକ ଉପରେ ଅଧିକ ବିଚାରବିମର୍ଶ ଏବଂ ବିଚାରର ଆବଶ୍ୟକତା ନାହିଁ। ସମ୍ବିଧାନରେ ସଂଶୋଧନ କ୍ଷମତା ମୁଖ୍ୟବନ୍ଧ ପର୍ଯ୍ୟନ୍ତ ସଂସଦ ପାଖରେ ରହିଛି। ଏତେବର୍ଷ ପରେ ଏହି ପ୍ରକ୍ରିୟାକୁ ବାତିଲ କରାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ସମାଜବାଦ ଏବଂ ଧର୍ମନିରପେକ୍ଷ କ’ଣ ଏବଂ ଏହା କିପରି ସରକାରଙ୍କ ନୀତି ଉପରେ ନିର୍ଭରଶୀଳ ତାହା ଖଣ୍ଡପୀଠ ବର୍ଣ୍ଣନା କରିଛନ୍ତି। 

ଉଲ୍ଲେଖଯୋଗ୍ୟ, ସମ୍ବିଧାନର ମୁଖବନ୍ଧରେ ସମାଜବାଦ ଓ ଧର୍ମନିରପେକ୍ଷବାଦ ଶବ୍ଦକୁ ବିରୋଧ କରି ବଳରାମ ସିଂହ, ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟନ ସ୍ବାମୀ ଏବଂ ଆଇନଜୀବୀ ଅଶ୍ବିନୀ କୁମାର ଉପାଧ୍ୟାୟଙ୍କ ଦ୍ବାରା ଏକାଧିକ ଆବେଦନ ଦାଖଲ କରାଯାଇଥିଲା। ୧୯୭୬ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ଦ୍ବାରା ସମ୍ବିଧାନରେ ୪୨ତମ ସଂଶୋଧନ ଜରିଆରେ ଏହି ଶବ୍ଦ ସମ୍ବିଧାନର ମୁଖବନ୍ଧରେ ଯୋଡ଼ା ଯାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ୧୯୭୫ ଜୁନ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା। ପୂର୍ବରୁ ସୁପ୍ରିମ‌୍‌କୋର୍ଟ ଏକାଧିକ ରାୟରେ ଧର୍ମନିରପେକ୍ଷକୁ ସମ୍ବିଧାନର ମୌଳିକ ଢାଞ୍ଚା ବୋଲି କହିସାରିଛନ୍ତି। ମୌଳିକ ଢାଞ୍ଚାର ଅଂଶବିଶେଷ ହୋଇଥିବାରୁ ଏହାକୁ ଅସଂଶୋଧନୀୟ ମାନ୍ୟତା ଦିଆଯାଇ ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe