ପଢ଼ୁ ପଢ଼ୁ ଅର୍ଥମନ୍ତ୍ରୀ ସୀତାରମଣଙ୍କ ପାଟିରୁ ଖସିଗଲା ! ହାସ୍ୟରୋଳରେ କମ୍ପିଲା ସଂସଦ

Advertisment
ପଢ଼ୁ ପଢ଼ୁ ଅର୍ଥମନ୍ତ୍ରୀ ସୀତାରମଣଙ୍କ ପାଟିରୁ ଖସିଗଲା ! ହାସ୍ୟରୋଳରେ କମ୍ପିଲା ସଂସଦ

ନୂଆଦିଲ୍ଲୀ: ଆଜି ଲୋକସଭାରେ ବଜେଟ୍‌ ୨୦୨୩-୨୪ ଅଭିଭାଷଣ ପ୍ରଦାନ କରୁଥିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଟିରୁ ଗୋଟିଏ ଶବ୍ଦ ଖସିଯିବାରୁ ତାକୁ ନେଇ ସଂସଦରେ ପ୍ରବଳ ହାସ୍ୟରୋଳ ହୋଇଥିଲା। ଅବଶ୍ୟ ପରେପରେ ଅର୍ଥମନ୍ତ୍ରୀ ସୀତାରମଣ ଅବିଳମ୍ବେ ତାଙ୍କ ତ୍ରୁଟିକୁ ସୁଧାରି ନେଇଥିଲେ। ନିଜ ବଜେଟ ଅଭିଭାଷଣ ପଢ଼ୁଥିବା କାଳରେ ‘ପ୍ରଦୂଷିତ’(ପଲ୍ୟୁଟେଡ୍)  ଜାଗାରେ ‘ରାଜନୈତିକ’ (ପଲିଟିକାଲ୍) ବୋଲି ପାଟିରୁ ଖସି ଯାଇଥିଲା। ଯାହାକୁ ନେଇ ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏର ସଦସ୍ୟମାନଙ୍କ ମଧ୍ୟରେ ହସ୍ୟରୋଳ ସୃଷ୍ଟି ହୋଇଥିଲା।

ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ସୀତାରମଣ ପୁରୁଣା ‘ପ୍ରଦୂଷଣ’ ଯୁକ୍ତ ଯାନବାହନ (ପଲ୍ୟୁଟେଡ୍ ଭେଇକିଲସ୍) ବଦଳାଇବା ଲାଗି ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ନୀତି ଚାଲୁଥିବା, ଜାଗାରେ ‘ପଲିଟିକାଲ୍ ଭେଇକିଲସ୍’ ଖସି ଯାଇଥିଲା। ପରେ ନିଜ ଭୁଲ୍‌କୁ ବୁଝିପାରି ‘ଓହ, ଦୁଃଖିତ’..., ବୋଲି କହି ତ୍ରୁଟି ସୁଧାରିବା ବେଳକୁ ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏର ସଦସ୍ୟମାନଙ୍କ ମଧ୍ୟରେ ହସ୍ୟରୋଳ ଆରମ୍ଭ ହୋଇଯାଇଥିଲା।

ପରେ ମନ୍ତ୍ରୀ ସୀତାରମଣ ହସି ହସି ନିଜକୁ ସଂଶୋଧନ କରି କହିଥିଲେ ପରିବେଶ ସଂରକ୍ଷଣ ନୀତିର ଏକ ଅଂଶ ଭାବରେ ପୁରୁଣା ଯାନଗୁଡ଼ିକୁ ବଦଳାଇବା ବିଷୟରେ କହିବାବେଳେ ‘ପ୍ରଦୂଷଣ’ ଯୁକ୍ତ ଗାଡ଼ିକୁ ବଦଳାଇବା ଉପରେ ଗୁରୁତ୍ୱାରୋପ କରୁଥିଲି।

ସେ କହିଥିଲେ, ପୁରୁଣା ପ୍ରଦୂଷଣକାରୀ ଯାନଗୁଡ଼ିକୁ ବଦଳାଇବା ଆମ ଅର୍ଥନୀତିକୁ ସବୁଜ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ୨୦୨୧-୨୨ ବଜେଟରେ ଉଲ୍ଲେଖ କରାଯାଇଥିବା ମୋଟର ଯାନ ସ୍କ୍ରାପିଂ ନୀତିକୁ ଆଗକୁ ବଢାଇବାରେ ରାଜ୍ୟଗୁଡ଼ିକୁ ମଧ୍ୟ ସମର୍ଥନ କରାଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ଶେଷ ପୂର୍ଣ୍ଣ ବଜେଟ୍‌ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ପୁରୁଣା ସରକାରୀ ଯାନ ବଦଳାଇବା ନିଷ୍ପତ୍ତି ଭାରତୀୟ ଅର୍ଥନୀତିକୁ ଏକ ଉତ୍ସାହ ପ୍ରଦାନ କରିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୁରୁଣା ସରକାରୀ ଯାନ ବଦଳାଇବା ଲାଗି ବଜେଟରେ ଅର୍ଥ ବ୍ୟବସ୍ଥା ରଖାଯାଇଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe