ଏପ୍ରିଲ ୨୨ରେ ମଣିପୁରର ୧୧ଟି ବୁଥରେ ପୁଣି ମତଦାନ ହେବ

ଏପ୍ରିଲ ୨୨ରେ ମଣିପୁରର ୧୧ଟି ବୁଥରେ ପୁଣି ମତଦାନ ହେବ

ନୂଆଦିଲ୍ଲୀ: ଆଭ୍ୟନ୍ତରୀଣ ମଣିପୁର ସଂସଦୀୟ କ୍ଷେତ୍ରର ୧୧ଟି ବୁଥରେ ଆସନ୍ତା ସୋମବାର ପୁଣି ଭୋଟଗ୍ରହଣ ହେବ । ଏହା ପୂର୍ବରୁ ମଣିପୁରର ୪୭ଟି ମତଦାନ କେନ୍ଦ୍ରରେ ପୁନଃମତଦାନ ପାଇଁ କଂଗ୍ରେସ ଦଳ ଦାବି କରିଥିଲା। ଶୁକ୍ରବାର (ଏପ୍ରିଲ ୧୯) ରାଜ୍ୟର ଦୁଇଟି ସଂସଦୀୟ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା। ଏସବୁ ବୁଥଗୁଡ଼ିକରେ ହିଂସା ଯୋଗୁଁ ପୁଣି ମତଦାନ ହେବ ।

ପ୍ରଥମ ପର୍ଯ୍ୟାୟ ମତଦାନ ଆଭ୍ୟନ୍ତରୀଣ ମଣିପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ରେ ଏବଂ ବାହ୍ୟ ମଣିପୁର ନିର୍ବାଚନ ମଣ୍ଡଳୀର କିଛି ବୁଥରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଏପ୍ରିଲ ୨୬ ତାରିଖରେ ବାହାର ମଣିପୁରର ଅବଶିଷ୍ଟ ଅଞ୍ଚଳପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ମଣିପୁରର ୩୬ଟି ମତଦାନ କେନ୍ଦ୍ର ମଧ୍ୟରୁ ୧୧ଟିରେ ଏପ୍ରିଲ ୨୨ତାରିଖରେ ପୁନଃ ମତଦାନ ହେବ।

ଆଭ୍ୟନ୍ତରୀଣ ମଣିପୁରର ୩୬ଟି ମତଦାନ କେନ୍ଦ୍ରରେ ଆନ୍ଦ୍ରୋ ଓ ୟାସ୍କୁଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ଲେଖାଏଁ, କୋନ୍ଥୌଜାମ୍ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଟି, ହିଙ୍ଗୁଙ୍ଗ, ଖୁରାଇ, ଓଇନାମ ଏବଂ ମୋଇରାଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩ଟି ଲେଖାଏଁ, ଚେରିଗାଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪ଟି, ଥୋଙ୍ଗଜୁ ଏବଂ ସେକ୍ମାଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫ଟି ଲେଖାଏଁ ବୁଥ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe