Punekar News
ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ଲୋକମାନଙ୍କୁ ବିଭିନ୍ନ ହସ୍ପିଟାଲରେ ମାଗଣା ରେ ଚିକିତ୍ସା ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ରେ ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ଗୁରୁତର ରୋଗର ମାଗଣା ଚିକିତ୍ସା ପାଇସାରିଲେଣି । ତେବେ ନିକଟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଛି । ଆୟୁଷ୍ମାନ ଭାରତ ଯୋଜନାର ଲାଭ ଉଠାଇଥିବା ସମୁଦାୟ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଅର୍ଥାତ ପ୍ରାୟ ୭୦ ପ୍ରତିଶତ ହେଉଛନ୍ତି ତମାଖୁ ନିଶା ଜନିତ ରୋଗରେ ପୀଡ଼ିତ ରୋଗୀ ବୋଲି ସୂଚନା ମିଳିଛି।
ଆଇସିଏମଆରର ଗବେଷଣାରୁ ଜଣାପଡିଛି ଯେ ଆୟୁଷ୍ମାନ ଭାରତ ଯୋଜନା ସାରା ଦେଶରେ ଗମ୍ଭୀର ରୋଗରେ ପୀଡିତ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଛି, କିନ୍ତୁ ଏହା ମଧ୍ୟ ଦୁର୍ଭାଗ୍ୟଜନକ ଯେ ଏହି ଯୋଜନାରେ ଉପକୃତ ହେଉଥିବା ରୋଗୀଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ସେମାନେ ଯେଉଁମାନେ ତମାଖୁ କିମ୍ବା ତମାଖୁ ଉତ୍ପାଦ ଯଥା ବିଡ଼ି-ସିଗାରେଟ୍ , ଖଇନି ଇତ୍ୟାଦି ଖାଇଥାନ୍ତି । ଏଭଳି ସ୍ଥିତିରେ ଯେଉଁ ଦେଶରେ ତମାଖୁରୁ ରାଜସ୍ୱ ଆସେ, ସେଠାରେ ଏହା ସହ ଜଡ଼ିତ ରୋଗ ଉପରେ ସର୍ବାଧିକ ଖର୍ଚ୍ଚ ମଧ୍ୟ ଚିନ୍ତାର ବିଷୟ ହୋଇଛି।
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନର ରେଡିଓଡାଇଗ୍ନୋସିସ୍ ଏବଂ ଇଣ୍ଟରଭେନସନାଲ ରେଡିଓଲୋଜି ବିଭାଗର ସହକାରୀ ପ୍ରଫେସର ଡାକ୍ତର ଅମରିନ୍ଦର ସିଂ ମାଲହି କହିଛନ୍ତି ଯେ ଏହି ଅଧ୍ୟୟନ ପରେ ଗୋଟିଏ କଥା ଗୁରୁତ୍ୱପୂର୍ଣ୍ଣ ଯେ ଭାରତରେ ତମାଖୁ ବ୍ୟବହାର ବନ୍ଦ ହେବା ଉଚିତ୍ ।
Follow Us