ମୁଖ୍ୟସଚିବଙ୍କଠାରୁ ରିପୋର୍ଟ ତଲବ କଲେ ଜାତୀୟ ଅନୁସୂଚିତ ଜନଜାତି ଆ‌‌ୟୋଗ

Advertisment

ସୀମାନ୍ତରେ ବାସକରୁଥିବା ଆଦିବାସୀମାନଙ୍କୁ ମୌଳିକ ସୁବିଧା ସୁନିଶ୍ଚିତ କରିବା ପ୍ରସଙ୍ଗ

ସୀମାନ୍ତରେ ବାସକରୁଥିବା ଆଦିବାସୀମାନଙ୍କୁ ମୌଳିକ ସୁବିଧା ସୁନିଶ୍ଚିତ କରିବା ପ୍ରସଙ୍ଗ

‘ଗୋ ବ୍ୟାକ୍‌’ ନାରାକୁ ଖାତିର୍‌ କରୁନି ଆନ୍ଧ୍ର: ଓଡ଼ିଶା ସ୍କୁଲରୁ ବିଦ୍ୟୁତ୍‌ କାଟିଲା

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ସୀମାରେ ଥିବା ଓଡ଼ିଶାର ୪୫ଟି ଗାଁ’ର ୧୦ ହଜାରରୁ ଅଧିକ ଆଦିବାସୀ ମୌଳିକ ସୁବିଧା ପାଉନଥିବା ବେଳେ ପ୍ରଶାସନିକ ଅବହେଳାର ଶିକାର ହେଉଛନ୍ତି। ଏହି ପ୍ରସଙ୍ଗକୁ ନେଇ ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଜାତୀୟ ଅନୁସୂଚିତ ଜନଜାତି ଆ‌‌ୟୋଗ (ଏନ୍‌ସିଏସ୍‌ଟି)ଙ୍କ ନିକଟରେ ଏକ ପିଟିସନ୍‌ ଦାଖଲ କରାଯାଇଛି। ଏହାକୁ ଆ‌‌ୟୋଗ ଗ୍ରହଣ କରି ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି।

ଆୟୋଗଙ୍କ ଏକ ଟିମ୍‌ ଦ୍ବାରା ଉପରୋକ୍ତ ପ୍ରସଙ୍ଗରେ ବିସ୍ତୃତ ତଦନ୍ତ କରିବାକୁ ପିଟିସନ୍‌ରେ ପ୍ରାର୍ଥନା କରାଯାଇଥିବା ବେଳେ ଏହାର ତଦନ୍ତ ପାଇଁ ମଧ୍ୟ ଆୟୋଗ ନି‌ଷ୍ପତ୍ତି ନେଇଛନ୍ତି। ପିଟିସନରେ ଉପରୋକ୍ତ ଚାରି ରାଜ୍ୟ ସହ ସୀମା ବିବାଦ ରହିଥବା ଗ୍ରାମଗୁଡ଼ିକରେ ବସବାସ କରୁଥିବା ଆଦିବାସୀମାନଙ୍କ ସ୍ଥିତି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପିଟିସନ୍‌ରେ ଉଲ୍ଲେଖ କରାଯାଇଥିବା ଅଭିଯୋଗଗୁଡ଼ିକ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ରିପୋର୍ଟରେ ଦର୍ଶାଇବା ମୁଖ୍ୟ ଶାସନ ସଚିବଙ୍କୁ କୁହାଯାଇଛି। ଆସନ୍ତା ୧୫ ଦିନ ଭିତରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ରିପୋର୍ଟ ଦାଖଲ ନହେଲେ ମୁଖ୍ୟ ଶାସନ ସଚିବ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ବ୍ୟକ୍ତିଗତ ହାଜର ହେବାପାଇଁ ସମନ ଜାରିକରାଯିବ ମୁଖ୍ୟ ଶାସନ ସଚିବଙ୍କୁ ଲେଖାଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe