ପତ୍ନୀଙ୍କ ଶବ ୩୩ କିମି କାନ୍ଧରେ ବୋହିବା ଘଟଣା: ମୁଖ୍ୟ ଶାସନ ସଚିବଙ୍କ ଠାରୁ ରିପୋର୍ଟ ତଲବ

Advertisment
ଉପଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଘଟଣା: ଅଭିଯୋଗକାରୀ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ

Zee News

ନୂଆଦିଲ୍ଲୀ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର ଗୁରୁ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଶବକୁ ୩୩ କିମି କାନ୍ଧରେ ପକାଇ ବୋହିଆଣିବା ମାମଲାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)। ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ ପିଟିସନକୁ ଗ୍ରହଣ କରି ଏନ୍‌ଏଚ୍‌ଆର୍‌ସି ଏହି ନିର୍ଦ୍ଦେଶ ଦେଇଛନ୍ତି। ଚାରି ସପ୍ତାହ ମଧ୍ୟରେ ରି‌ପୋର୍ଟ ଦାଖଲ କରିବାକୁ ଏନ୍‌ଏଚ୍‌ଆର୍‌ସି ସମୟସୀମା ଧାର୍ଯ୍ୟ କରିଛନ୍ତି।

ପିଟିସନରେ ଆବେଦନକାରୀ ଗରିବ ପ୍ରବାସୀ ଶ୍ରମିକମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ଆଣିବା ସହ ସେମାନଙ୍କ ଜୀବନଜୀବିକା ତଥା ମାନବାଧିକାର ଉଲ୍ଲଂଘନ କରାଯାଉଛି ବୋଲି ଉଲ୍ଲେଖ କରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ଶୋଷଣର ପ୍ରତିକାର ପାଇଁ ସ୍ବଳ୍ପ ଓ ଦୀର୍ଘକାଳୀନ ପଦକ୍ଷେପ, ଆଇନଗତ ସହାୟତା ଓ କ୍ଷତିପୂରଣ ପ୍ରଦାନ ପାଇଁ ଆଇନଜୀବୀ ତ୍ରିପାଠୀ ଆୟୋଗଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe