ପୁଟିନଙ୍କୁ ସାମ୍ବାଦିକଙ୍କ ପ୍ରଶ୍ନ, ସାଧାରଣ ଲୋକଙ୍କ ହତ୍ୟା କେବେ ବନ୍ଦ ହେବ

ଆମେରିକାରେ ଜଣେ ପତ୍ରକାର ପୁଟିନଙ୍କୁ ପ୍ରଶ୍ କରିଥିଲେ, ସାଧାରଣ ଲୋକଙ୍କ ହତ୍ୟା କେବେ ବନ୍ଦ ହେବ? ଏନେଇ ପୁଟିନ୍ ନିକ କାନ ଆଡକୁ ହାତ ନେଇ ଇସାରା ଦେଇଥିଲେ। ଆଲାସ୍କା ସମ୍ମିଳନୀରେ କାହାର ପଶ୍ନର ଉତ୍ତର ଦେଇ ନଥିଲେ...

ଅଦ୍ୟତନ ହୋଇଛି
Reporter asks Putin when will the killing of civilians stop

Reporter asks Putin when will the killing of civilians stop Photograph: (sambad.in)

ଆଲାସ୍କା:ଆଲାସ୍କା ସମ୍ମିଳନୀରେ ଯୋଗ‌ ଦେଇଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଜଣେ ଆମେରିକୀୟ ପତ୍ରକାର ପ୍ରଶ୍ନ କରିଥିଲେ ସାଧାରଣ ଲୋକଙ୍କ ହତ୍ୟା କେବେ ବନ୍ଦ ହେବ? ଏହାର ଉତ୍ତର ପୁଟିନ ଇସାରାରେ ଦେଇଥିଲେ। ସେ କାନ ଆଡକୁ ହାତ ନେଇଥିଲେ।  

ପୁଟିନ୍‌ଙ୍କ ବିମାନ ଏଳମେନଡାଫ୍ ରିଚର୍ଡସନ୍ ଏୟରେ‌େ ବେସ୍‌ରେ ଅବତରଣ କରିଥିଲା। ଲମ୍ବା ‌ଲାଲ କାର୍ପେଟ ଉପ‌ରେ ଚାଲିବା ପରେ ପୁଟିନଙ୍କ ସାକ୍ଷାତ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ଲଗାତାର ପ୍ରଶ୍ନ ପଚାରିବାକୁ ଲାଗିଥିଲେ।

ଜଣେ ସାମ୍ବାଦିକ ପଚାରିଥିଲେ ସାଧାରଣ ଲୋକଙ୍କ ହତ୍ୟା କେବେ ବନ୍ଦ ହେବ। ଏହାର ଉତ୍ତରରେ ପୁଟିନ୍ ସ୍ମିତ ହସି ନିଜ କାନ ପାଖକୁ ହାତ ନେଇ କିଛି ଶୁଣି ନପାରୁଥିବାର ଇସାର ଦେଇଥିଲେ।

ପୁଟିନ୍‌ଙ୍କୁ ଟ୍ରମ୍ପ ନିଜ ଗାଡ଼ି ପର୍ଯ୍ୟନ୍ତ ନେଇ ଯାଇଥିଲେ। ପୁଟିନ୍ ୧୦ ବର୍ଷ ପରେ ଆମେରିକାରେ ପହଞ୍ଚିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ  ୟୁକ୍ରେନ୍ ଯୁଦ୍ଧ ସମ୍ପର୍କରେ ଆାଲୋଚନା ହେବ ବୋଲି କୁହାଯାଉଛି।

ଟ୍ରମ୍ପ୍ ପୁଟିନଙ୍କ ମଧ୍ୟରେ ବୈଠକ ୩ ଘଣ୍ଟା ଚାଲିଥିଲା। ପୁଟିନ କହିଥିଲେ ରୁଷିଆ ସୁରକ୍ଷା ତାଙ୍କାର ପ୍ରମୁଖ ଳକ୍ଷ୍ୟ। ଏହା ସହିତ ସେ ଦ୍ବିତୀୟ ରାଉଣ୍ଡ ବୈଠକ ମସ୍କୋରେ କରିବାକୁ ପ୍ରସ୍ତାବ ରଖିଥିଲେ। ଏହାର ଜବାବରେ ଟ୍ରମ୍ପ୍ ପ୍ରସ୍ତାବ ଉପ‌ରେ ବିଚାର କରିବାକୁ କହିଥିଲେ।

ଏହାପରେ ଦୁଇ ନେତା ୧୨ ମିନଟର ମିଳିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।

 Russia | USA | Ukraine | vladimir-putin | donald-trump 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe