ୱାସିଂଟନ: ଆମେରିକାର ନ୍ୟୁଜ୍ ଚ୍ୟାନେଲ କେବଲ ନ୍ୟୁଜ୍ ନେଟ୍ୱର୍କ (ସିଏନ୍ଏନ୍)ର ହ୍ବାଇଟ୍ ହାଉସ୍ ମୁଖ୍ୟ ପ୍ରତିନିଧିଙ୍କ ମାନ୍ୟତାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରଶାସନ ରଦ୍ଦ କରିଛି। ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ସରକାରୀ କର୍ମଚାରୀଙ୍କୁ ସିଏନ୍ଏନ୍ ପ୍ରତିନିଧି ଜିମ୍ ଏକୋଷ୍ଟା ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପ୍ରେସ୍ ସଚିବ କହିଛନ୍ତି। ତେବେ ସିଏନ୍ଏନ୍ ପ୍ରନିନିଧି କଡ଼ା ପ୍ରଶ୍ନ କରିବାରୁ ତାଙ୍କ ମାଇକ୍ ଛଡ଼ାଇ ନିଆଯିବା ସହ ଆକ୍ରୋଶମୂଳକ ଭାବେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି। ଏ ବାବଦ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରାଷ୍ଟ୍ରପତି ଟ୍ରମ୍ପ୍ ମଧ୍ୟ ସିଏନ୍ଏନ୍ ସାମ୍ବାଦିକଙ୍କ ଉପରେ ଭୀଷଣ ବିରକ୍ତି ପ୍ରକାଶ କରି ତାଙ୍କୁ ଅଭଦ୍ର ଏବଂ ଖଳ ଚରିତ୍ରର ବ୍ୟକ୍ତି ବୋଲି କହିଥିଲେ। ସାମ୍ବାଦିକ ଜଣକ ଆମେରିକା ନିର୍ବାଚନରେ ରୁଷ୍ ହସ୍ତକ୍ଷେପର ତଦନ୍ତ ମାମଲା ସଂପର୍କରେ ପ୍ରଶ୍ନ କରିବା ବେଳେ ଟ୍ରମ୍ପ୍ ରାଗିଯାଇଥିଲେ ଏବଂ ‘ବହୁତ ହୋଇଗଲା, ତାଙ୍କ ମାଇକ୍ ବନ୍ଦ କରାଯାଉ’ ବୋଲି କହିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us