ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଆଗାମୀ ୪୮ଘଣ୍ଟା ଗୁରୁତ୍ବପୂର୍ଣ୍ଣ

Advertisment
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଆଗାମୀ ୪୮ଘଣ୍ଟା ଗୁରୁତ୍ବପୂର୍ଣ୍ଣ

indiatoday

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ସମୟରେ ଟ୍ରମ୍ପଙ୍କ ଅସୁସ୍ଥତା ସହ ପରିଚିତ ଜଣେ ବ୍ୟକ୍ତି କହିଛନ୍ତି ଯେ, ଟ୍ରମ୍ପଙ୍କ ପାଇଁ ଗତ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।  କରୋନା ଆକ୍ରାନ୍ତ ହୋଇଥିବା ୭୪ ବର୍ଷୀୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ହୃଦ୍‌ ସମସ୍ୟା ରହିଛି। ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ଘାତ ନିରାକରଣ ପାଇଁ ସେ ଏକ ଔଷଧ ଖାଊଛନ୍ତି। ୨୪୪ ପାଉଣ୍ଡ୍‌ ସହ ଟ୍ରମ୍ପ୍‌ଙ୍କ ଓଜନ ମୋଟାପଣର ସୀମାରେଖା ଅତିକ୍ରମ କରିଯାଇଛି। ଏହିସବୁ କାରଣ ପାଇଁ ଟ୍ରମ୍ପ୍‌ ଅତି ବିପଦରେ ରହିଛନ୍ତି ବୋଲି କୁହାଯାଉଥିବା ବେଳେ ଟ୍ରମ୍ପ ଭିଡିଓ ଜାରି କରି ଏହି କଥାକୁ ଖଣ୍ଡନ କରିଛନ୍ତି।

ତାଙ୍କ କହିବା ମୁତାବକ, ସେ ପୂର୍ବ ଅପେକ୍ଷା ଭଲ ଅନୁଭବ କରୁଛନ୍ତି ଏବଂ ଖୁବ ଶୀଘ୍ର ସେ ଘରକୁ ଫେରିବେ ବୋଲି ଜଣାଇଛନ୍ତି। ଟୁଇଟ କରି ସେ ଲେଖିଛନ୍ତି ଯେ, ମୁଁ ବର୍ତ୍ତମାନ ବହୁତ ଭଲ ଅନୁଭବ କରୁଛି | ମୋତେ ଠିକ୍ କରିବା ପାଇଁ ଆମର ପୂରା ଟିମ୍ କଠିନ ପରିଶ୍ରମ କରୁଛି | ମୋତେ ଫେରିବାକୁ ପଡ଼ିବ କାରଣ ଆମକୁ ପୁଣିଥରେ ଆମେରିକାକୁ ମହାନ କରିବାର ଅଛି। ତାଙ୍କର ଏଭଳି ଟୁଇଟ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ହେଉଥିବା ଚର୍ଚ୍ଚାର ଅବସାନ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe