ମିଆଁମାର୍‌ରେ ସାମରିକ ଶାସନକୁ ଲୋକ ପ୍ରତିନିଧିଙ୍କ ପ୍ରତ୍ୟାଖ୍ୟାନ

Advertisment
ମିଆଁମାର୍‌ରେ ସାମରିକ ଶାସନକୁ ଲୋକ ପ୍ରତିନିଧିଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ମିଆଁମାର୍‌ରେ ସାମରିକ ବିଦ୍ରୋହ ଦ୍ବାରା ସେନାର କ୍ଷମତା ଦଖଲକୁ ନେଇ ଜୋର୍‌ଦାର ବିରୋଧ ଜାରି ରହିଛି। ଆଜି ୩୦୦ରୁ ଅଧିକ ଲୋକ ପ୍ରତିନିଧି ଏକ ଘୋଷଣାନାମାରେ ସ୍ବାକ୍ଷର କରି ଦେଶରେ ସାମରିକ ଶାସନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତୁରନ୍ତ ସେନା କ୍ଷମତାରୁ ହଟିବା ଏବଂ ଗଣତନ୍ତ୍ରର ପୁନଃ ସ୍ଥାପନା ପାଇଁ ସେମାନେ ଦାବି କରିଛନ୍ତି। ଆଜି ଲୋକ ପ୍ରତିନିଧିମାନଙ୍କର ଏକ ରୢାଲି ବାହାରିଥିଲା । ତେବେ ସେନା ଏହାକୁ ଭଣ୍ଡୁର କରିବାକୁ ବିଭି‌ନ୍ନ ‌ପଦକ୍ଷେପ ନେବା ସହ ଶତାଧିକ ଲୋକଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଗତ ସୋମବାର ଦିନ ମିଆଁମାର ସେନା ଅଚାନକ ବିଦ୍ରୋହ କରି ସରକାରକୁ କ୍ଷମତାଚ୍ୟୁତ କରିବା ସହ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଗିରଫ କରିଥିଲା। ଏହାକୁ ନେଇ ବିଶ୍ବବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ମିଆଁମାର ବିରୋଧରେ କଠୋର କଟକଣା ଲଗାଇବାକୁ ଆମେରିକା ଧମକ ଦେଇଥିବା ବେଳେ ମିଆଁମାର ସାମରିକ କର୍ତ୍ତୃପକ୍ଷ ଏହାକୁ ବେଖାତିର୍‌ କରି ନିଜର ଶାସନ କାଏମ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe