ସାଧାରଣତନ୍ତ୍ର ଦିବସ ହିଂସା ମାମଲା: ଚାଷୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ଦାବି

Advertisment

୧୬ ଚାଷୀ ନିଖୋଜ ଅଛନ୍ତି

୧୬ ଚାଷୀ ନିଖୋଜ ଅଛନ୍ତି

ଚାଷୀ ଆନ୍ଦୋଳନର ୧୦୦ ଦିନ ପୂର୍ତ୍ତି, ଏକ୍ସପ୍ରେସ୍‌ୱେ ବନ୍ଦ, ‘କଳାଦିବସ’ ପାଳନ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଗତ ଜାନୁଆରି ୨୬ରେ ଦିଲ୍ଲୀରେ ଆନ୍ଦୋଳନକାରୀ ଚାଷୀଙ୍କ ଦ୍ବାରା ହୋଇଥିବା ହିଂସା ମାମଲର ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ପାଇଁ ଚାଷୀ ସଂଗଠନମାନେ ଦାବି କରିଛନ୍ତି। ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରୢାଲି ଅଚାନକ ହିଂସାତ୍ମକ ମୋଡ଼ ନେଇଥିଲା ଏବଂ ଦିଲ୍ଲୀରେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୩ ଶହରୁ ଅଧିକ ପୁଲିସ କର୍ମୀ ଆହତ ହୋଇଥିଲେ। ଆନ୍ଦୋଳନକାରୀମାନେ ଲାଲକିଲ୍ଲାରେ ବ୍ୟପକ କ୍ଷୟକ୍ଷତି ଘଟାଇବା ସହ ଏକ ଧାର୍ମିକ ସଂଗଠନର ପତାକା ଉଡ଼ାଇବା ଘଟଣା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ‘ସଂଯୁକ୍ତ କୃଷକ ମୋର୍ଚ୍ଚା’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଟ୍ରାକ୍ଟର ରୢାଲି ହିଂସାର ଉଚ୍ଚସ୍ତରୀୟ ତଦନ୍ତ ହେଉ ଏବଂ ଏ ବାବଦରେ ସଂପୂର୍ଣ୍ଣ ସତ୍ୟ ପଦାକୁ ଆସିବା ଆବଶ୍ୟକ।

ଏହି ହିଂସାକୁ ନେଇ ଅନେକ ନିରୀହ ଆନ୍ଦୋଳନକାରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିବାରୁ ଏହାର ପ୍ରତ୍ୟାହାର ପାଇଁ ଦାବି କରାଯାଇଛି। ଟ୍ରାକ୍ଟର ରୢାଲିରେ ସାମିଲ ହୋଇଥିବା ୧୬ ଜଣ ଚାଷୀ ଏବେ ବି ନିଖୋଜ ଅଛନ୍ତି ବୋଲି ଚାଷୀ ନେତାମାନେ କହିଛନ୍ତି। ସରକାର ନୂଆ କୃଷି ଆଇନକୁ ପ୍ରତ୍ୟାହାର ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ଏବଂ ଆଗକୁ ଏହା ଆହୁରି ବ୍ୟାପକ ହେବ ବୋଲି ଚାଷୀ ନେତାମାନେ କହିଛନ୍ତି। ଜାନୁଆରି ୨୬ ହିଂସା ମାମଲାରେ ଆଜି ସୁଦ୍ଧା ୧୨୨ ଜଣ ଉପଦ୍ରବକାରୀଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି ଏବଂ ୪୪ଟି ଏଫ୍‌ଆଇଆର୍‌ ରୁଜୁ ହୋଇଥିବା ସରକାରୀ ଭାବେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe