‘ଟିଆର୍‌ପି’ ଦୁର୍ନୀତି ମାମଲାରେ ‘ରିପବ୍ଲିକ୍‌ ଟିଭି’ର ‘ସିଇଓ’ ବିକାଶ ଖାନଚନ୍ଦାନୀ ଗିରଫ

Advertisment
‘ଟିଆର୍‌ପି’ ଦୁର୍ନୀତି ମାମଲାରେ ‘ରିପବ୍ଲିକ୍‌ ଟିଭି’ର ‘ସିଇଓ’ ବିକାଶ ଖାନଚନ୍ଦାନୀ ଗିରଫ

Image Courtesy of Hindustan Times

ମୁମ୍ବାଇ: ‘ଟିଆର୍‌ପି’ ଦୁର୍ନୀତି ମାମଲାରେ ମୁମ୍ବାଇ ପୁଲିସ ଆଜି ‘ରିପବ୍ଲିକ୍‌ ଟିଭି’ର ମୁଖ୍ୟ ବିକାଶ ଖାନଚନ୍ଦାନୀଙ୍କୁ ଗିରଫ କରିଛି। ଖାନଚନ୍ଦାନୀ ହେଉଛନ୍ତି ଏ ପର୍ଯ୍ୟନ୍ତ ଏହି ମାମଲାରେ ଗିରଫ ହୋଇଥିବା ୧୩ଶ ବ୍ୟକ୍ତି।

ପ୍ରତିଷ୍ଠାନ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ‘ରିପବ୍ଲିକ୍‌ ମିଡିଆ ନେଟ୍‌ଓ୍ଵାର୍କ’ର ସତ୍ୱାଧିକାରୀ ‘ଏଆର୍‌ଜି ଆଉଟଲିୟର୍‌ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ର ଆବେଦନକୁ ସୁପ୍ରିମ୍‌ କୋର୍ଟ ଖାରଜ କରିବାର ଏକ ସପ୍ତାହରୁ କମ୍‌ ସମୟ ମଧ୍ୟରେ ଏହି ଶୀର୍ଷ ଅଧିକାରୀଙ୍କୁ ଗିରଫ କରାଯାଇଛି। ତାଙ୍କ କର୍ମଚାରୀମାନଙ୍କୁ ଥାନାରେ ପୁଲିସ ନିର୍ଯାତନା ଦେଉଥିବା କଥା ଏହି ପିଟିସନ୍‌ରେ ଅଭିଯୋଗ କରାଯାଇଥିଲା।

publive-image Image Courtesy of Details

ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ କହିଥିଲେ, ଏହି ପିଟିସନ୍‌ରେ ଅଧିକ କିଛି ଆଶା କରାଯାଇଛି। ପୁଲିସ କୌଣସି କର୍ମଚାରୀଙ୍କୁ ଗିରଫ ନ କରୁ ଏବଂ ଏହି ମାମଲା ‘ସିବିଆଇ’କୁ ହସ୍ତାନ୍ତର ନ ହେଉ ବୋଲି ଆପଣ ଚାହୁଁଛନ୍ତି। ତେଣୁ ଆପଣ ଏହି ପିଟିସନ୍‌କୁ ପ୍ରତ୍ୟାହାର କରିନେବା ଭଲ।

‘ହଂସା ରିସର୍ଚ’ର କର୍ମଚାରୀ ନୀତିନ ଦେଓକର୍‌ ଦାଏର କରିଥିବା ଅଭିଯୋଗକୁ ଆଧାର କରି ଅକ୍ଟୋବର ୬ ତାରିଖରେ ମୁମ୍ବାଇ ପୁଲିସ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରି ତଦନ୍ତ ଆରମ୍ଭ କରିଥିଲା।

‘ଫୋରେନ୍ସିକ୍‌ ଅଡିଟର୍‌’ ଏବଂ ‘ବାର୍କ’ର ସଦସ୍ୟମାନଙ୍କ ସମେତ ଏହି ମାମଲାରେ ପୁଲିସ ୧୪୦ଜଣ ସାକ୍ଷୀଙ୍କୁ ନାମିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe