ତିନ୍‌ ତଲାକ୍‌ ବିଲ୍‌ ପାସ୍‌ କରାଇବାକୁ ବିରୋଧୀଦଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

Advertisment
ତିନ୍‌ ତଲାକ୍‌ ବିଲ୍‌ ପାସ୍‌ କରାଇବାକୁ ବିରୋଧୀଦଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

Image Courtesy of The Financial Express

ନୂଆଦିଲ୍ଲୀ: ପାର୍ଲାମେଣ୍ଟ୍‌ର ବଜେଟ୍‌ ଅଧିବେଶନରେ ସରକାରଙ୍କର କାର୍ଯ୍ୟକ୍ରମର ମୋଟାମୋଟି ଧାରଣା ଦେବା ସହ ତିନ୍‌ ତଲାକ୍‌ ବିଲ୍‌କୁ ଅନୁମୋଦନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳଙ୍କୁ ଅନୁରୋଧ କରିଛନ୍ତି। ଏହି ବଜେଟ୍‌ ଦେଶର ସମୃଦ୍ଧିକୁ ମଜଭୁତ କରିବ ବୋଲି ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି।

ଦେଶକୁ ରାଜନୀତି ଠାରୁ ଊର୍ଦ୍ଧ୍ୱରେ ରଖି ଗ୍ରାମୀଣ ଭାରତ, କୃଷକ, ଦଳିତ, ଜନଜାତି ସମ୍ପ୍ରଦାୟ ଓ ଶ୍ରମିକମାନଙ୍କର ମଙ୍ଗଳ ଚିନ୍ତା କରିବାକୁ ସବୁ ଦଳର ନେତାଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ।

ଆଲୋଚନା ପାଇଁ ତିନ୍‌ ତଲାକ୍‌ ଆଧାରିତ ମୁସ୍‌ଲିମ୍‌ ମହିଳା ବିଲ୍‌ ୨୦୧୭, େଓ୍ଵଜ୍‌ ବିଲ୍‌ର କୋଡ୍‌ ୨୦୧୭, ପିଲାମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଅଧିକାର ବିଲ୍‌ ୨୦୧୭ ଆଦି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ କରାଯିବ।

ଚଳିତ ଅଧିବେଶନରେ ଲୋକସଭାରେ ୨୮ଟି ବିଲ୍‌ ଆଗତ କରାଯିବାକୁ ଥିବାବେଳେ ରାଜ୍ୟସଭାରେ ୩୯ଟି ବିଲ୍‌ ଆଗତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe