ସଶସ୍ତ୍ର ବଳର ଆଧୁନିକକରଣ ଆବଶ୍ୟକ: ସେନାମୁଖ୍ୟ

Advertisment
ସଶସ୍ତ୍ର ବଳର ଆଧୁନିକକରଣ ଆବଶ୍ୟକ: ସେନାମୁଖ୍ୟ

Image Courtesy of Zee News

ନୂଆଦିଲ୍ଲୀ: ପରିବର୍ତ୍ତିତ ସାମରିକ ଅଭିଯାନକୁ ଚାହିଁ ସଶସ୍ତ୍ର ବଳକୁ ଆଧୁନିକକରଣ କରାଯିବା ଉପରେ ସେନା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ୍‌ ଗୁରୁତ୍ୱାରୋପ କରିଛନ୍ତି।

ସୋମବାର ଦିନ ଆର୍ମି ଟେକ୍ନୋଲଜି ସେମିନାର୍‌ରରେ ଉଦ୍‌ବୋଧନ ଦେଇ ଜେନେରାଲ୍‌ ରାଓ୍ଵାତ୍‌ କହିଛନ୍ତି ଯେ ପ୍ରଯୁକ୍ତିଗତ ଭାବେ ଅଗ୍ରଣୀ ସଶସ୍ତ୍ର ବଳ ଭବିଷ୍ୟତ ଯୁଦ୍ଧରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ପ୍ରତି କ୍ଷେତ୍ରରେ ଆମ ସଶସ୍ତ୍ର ବଳକୁ ଆଧୁନିକକରଣ କରିବାର ବଡ଼ ଆବଶ୍ୟକତା ରହିଛି। ବଭିଷ୍ୟତର ଯୁଦ୍ଧ ଦୁଷ୍କର ଭୂଇଁ ଏବଂ ପରିସ୍ଥିତିରେ ଲଢ଼ାଯିବ। ତେଣୁ ଆମକୁ ସେଥିପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ।

ଜେନେରାଲ୍‌ ରାଓ୍ଵତ୍‌ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି। ସେ ସମ୍ପର୍କୀୟ ଶିଳ୍ପରୁ ସହାୟତା ମିଳବା ହିଁ ଗୁରୁତ୍ୱପୂର୍ଣ୍ଣ। ହାଲୁକା ବୁଲେଟ୍‌ପ୍ରୁଫ୍‌ ସାମଗ୍ରୀରେ ଭଲ ହେଲ୍‌ମେଟ୍‌ଟିଏ ଏବଂ ଫୁଏଲ୍‌ ସେଲ୍‌ ଟେକ୍ନୋଲଜି ତିଆରି ହୋଇଛି। ଯାତ୍ରା ଆରମ୍ଭ ହୋଇଛି ଏବଂ ଏହା ଚାଲୁ ରଖାଯିବା ଉଚିତ। ଆମେ ନିଶ୍ଚିତ ଯେ ଯଦି ଶିଳ୍ପରୁ ସହାୟତା ପାଉ, ତାହାକୁ ଉପଯୋଗ କରିଛୁ ବୋଲି ନିଶ୍ଚିତ କରିବାକୁ ଆମେ ଅଧିକ କେଇ ମାଇଲ୍‌ ଆଗେଇ ଯାଇ ପାରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe