ମେଘାଳୟ ଖଣିରେ ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ : କେହି ବଞ୍ଚିବା ଆଶା ଦିଶୁନାହିଁ ବୋଲି କହିଲେ ଦୁର୍ଘଟଣାରୁ ସୌଭାଗ୍ୟବଶତଃ  ବର୍ତ୍ତି ଆସିଥିବା ସାହିବ ଅଲ୍ଲୀ 

ମେଘାଳୟ ଖଣିରେ ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ : କେହି ବଞ୍ଚିବା ଆଶା ଦିଶୁନାହିଁ ବୋଲି କହିଲେ ଦୁର୍ଘଟଣାରୁ ସୌଭାଗ୍ୟବଶତଃ  ବର୍ତ୍ତି ଆସିଥିବା ସାହିବ ଅଲ୍ଲୀ 
ପୂର୍ବ ଜୟନ୍ତିଆ ହିଲ୍: ମେଘାଳୟର ଏକ ବେଆଇନ କୋଇଲା ଖଣିରେ ୩୨୦ ଫୁଟ ତଳେ ଫସିଥିବା ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଶନିବାର ଭାରତୀୟ ନୌସେନାର ଗୋଟିଏ ଟିମ୍ ଓ ଓଡ଼ିଶା ଅଗ୍ନିଶମ ବିଭାଗର ଗୋଟିଏ ଟିମ ଘଟଣାସ୍ଥଳରେ ଶନିବାର ପହଞ୍ଚିଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ପାରି ନଥିଲା। କେବଳ ଉଦ୍ଧାର କାର୍ଯ୍ୟର ରେକି କଯାଯାଇଥିଲା।
ରବିବାରଠାରୁ  ଉଦ୍ଧାର କାର୍ଯ୍ୟ  ଜୋରଦାର ହୋଇଛି। ବିଶାଖାପାଟଣାରୁ ଯାଇଥିବା ନୌସେନାର ଏକ ୧୮ ଜଣିଆ ବୁଡ଼ାଳି ଦଳ ମଧ୍ୟ ଜୟନ୍ତିଆ ହିଲ୍ରେ ପହଞ୍ଚିଛନ୍ତି। ଏଥିସହ ଜଳ ନିଷ୍କାସନ ସକାଶେ  ୧୦ଟି ଉଚ୍ଚକ୍ଷମତା ସଂପନ୍ନ ପମ୍ପ ଖଣି ନିକଟରେ ପହଞ୍ଚିବା ସହ ସେଗୁଡ଼ିକ କିଭଳି ଖଣି ଭିତରକୁ ପଠାଯାଇ ଖଞ୍ଜାଯିବ ସେ କାର୍ଯ୍ୟ ଚାଲିଛି।  ନୌସେନା ପକ୍ଷରୁ ଲୁହା ତାର ଖଣି ଭିତରକୁ ପକା ଯାଇ ଜଳର ଗଭୀରତା ମପା ଯାଉଛି।
publive-image
ତେଣେ ଫସିଥିବା ଶ୍ରମିକଙ୍କ ଉପସ୍ଥିତି ସମ୍ପର୍କରେ ଏବେ ବି କୌଣସି ସୁରାକ୍ ମିଳୁନାହିଁ। ଶ୍ରମିକଙ୍କ ଉପସ୍ଥିତି ଠାବ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ସହାୟତା ନିଆଯାଉଛି । ଗତକାଲି  ନୌସେନାର ବୁଡ଼ାଳିମାନେ କେବଳ ୩ଟି ହେଲ୍ମେଟ୍ ଠାବ କରିବାକୁ ସକ୍ଷମ ହୋଇଥିବା ବେଳେ ଶ୍ରମିକଙ୍କ ସ୍ଥିତି ଜାଣିବାକୁ ଆହୁରି ସମୟ ଲାଗିବ ବୋଲି ଜଣାପଡ଼ିଛି। ଖଣିରେ ପାଣି ପଶିବା ପରେ ସୌଭାଗ୍ୟବଶତଃ ଜୀବନକୁ ବାଜି ଲଗାଇ  ବର୍ତ୍ତି ଆସିଥିବା  ଆସାମର ଚିରାଙ୍ଗ ଜିଲ୍ଲାର ସାହିବ ଅଲ୍ଲୀ କହିଛନ୍ତି କି ଖଣିରେ ପାଣି ଯେଭଳି ପ୍ରବଳ ବେଗରେ ଭର୍ତ୍ତି ହେଲା, ସେଥିରେ କେହି ବଞ୍ଚିବା ଆଶା ଦିଶୁନାହିଁ। ଯଦି ୧୫ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୁଏ ତା’ହେଲେ ଏହା ବହୁତ ବଡ଼ ଆଶ୍ବାସନା ହେବ ।
ଦୁର୍ଘଟଣା ଦିନ ଖଣିରେ ୨୨ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ୭ ଜଣ ଶ୍ରମିକ ଖଣିରେ ପାଣି ଭର୍ତ୍ତି ହେବାର କିଛି ମିନିଟ୍ ପୂର୍ବରୁ ଖସିଆସିବାକୁ ସକ୍ଷମ ହୋଇଥିଲେ। ଉକ୍ତ ବେଆଇନ ଖଣି ଅଞ୍ଚଳରେ ଭାରୀ ଯନ୍ତ୍ରାଂଶ ପହଞ୍ଚାଇବା ମଧ୍ୟ ଏକ ବଡ଼ ଚାଲେଞ୍ଜ୍ ହୋଇଛି। ଭାରତର ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ୍ ନିର୍ମାତା କିର୍ଲୋସ୍କର ବ୍ରଦର୍ସ ଲିମିଟେଡ୍ ମଧ୍ୟ ଏକ ଟିମ୍ ଘଟଣାସ୍ଥଳକୁ ପଠାଇ ବିଭିନ୍ନ ପମ୍ପ୍ର କାର୍ଯ୍ୟ ସଞ୍ଚାଳନ କରାଉଛି।
publive-image
ଏହି କୋଇଲା ଖଣି କ୍ରିପ୍ ସୁଲେଟ୍ ନାମକ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ରହିଛି। ଶ୍ରମିକମାନେ ଫସିବା ଖବର ପ୍ରଘଟ ହେବା ପରେ ପୁଲିସ କ୍ରିପଙ୍କୁ  ଗିରଫ କରିଛି। ଏହି ବେଆଇନ କୋଇଲା ଖଣି ଦୀର୍ଘଦିନ ଧରି ବନ୍ଦ ରହିଥିଲା ଏବଂ ଘଟଣା ଘଟିବାର ୩ ଦିନ ପୂର୍ବରୁ କାର୍ଯ୍ୟ ଆରମ୍ଭ କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe