ବୋରୱେଲରେ ପଡ଼ିଥିବା ପିଲାକୁ କାଢ଼ିବାକୁ ଉଦ୍ୟମ ଜାରି

Advertisment
ବୋରୱେଲରେ ପଡ଼ିଥିବା ପିଲାକୁ କାଢ଼ିବାକୁ ଉଦ୍ୟମ ଜାରି

Image Source: Hindustan Times

ଚେନ୍ନାଇ: ଶୁକ୍ରବାର ସନ୍ଧ୍ୟାରେ ତାମିଲନାଡୁର ତ୍ରିଚୀ ନିକଟସ୍ଥ ଗୋଟାଏ ୬୦୦ ଫୁଟ୍‌ ଗଭୀର ବୋରୱେଲ ମଧ୍ୟକୁ ଖସିପଡ଼ିଥିବା ଦୁଇ ବର୍ଷିୟ ବାଳକକୁ କାଢ଼ିବାକୁ ଉଦ୍ଧାରକାରୀମାନେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛନ୍ତି। ସୁରଜିତ ଓ୍ଵିଲ୍‌ସନ୍‌ ନାମକ ସେ ପିଲାକୁ ଉଦ୍ଧାର କରିବାକୁ ରାଜ୍ୟବ୍ୟାପୀ ମନ୍ଦିର, ମସ୍‌ଜିଦ୍‌ ଏବଂ ଗୀର୍ଜାମାନଙ୍କରେ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଉଛି।

ସରକାରୀ ଅଧିକାରୀମାନେ କହିଛନ୍ତି ଯେ ବୋରୱେଲ ନିକଟରେ ସମାନ୍ତରଳ ଗର୍ତ୍ତ ଖନନ କରୁଥିବା ବୋରିଙ୍ଗ୍‌ ମେସିନ୍‌ ଚାରି ଘଣ୍ଟା ମଧ୍ୟରେ ୩୦ ଫୁଟ୍‌ ଗାତ ଖୋଳିଛି, କିନ୍ତୁ ପଥର ପଡ଼ିବାରୁ ଖନନ ପ୍ରକ୍ରିୟା ମନ୍ଥର ହୋଇ ଯାଇଛି।

publive-image Image Source: News18

ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟଭାସ୍କର କହିଛନ୍ତି: ନୂଆ ଗହ୍ଵର ମଧ୍ୟକୁ ପ୍ରବେଶ କରିବାକୁ ଦମକଳ ବାହିନୀର ଛଅଜଣ ପ୍ରସ୍ତୁତ ହୋଇ ରହିଛନ୍ତି। ନଳକୂପର ୮୮ ଫୁଟ୍‌ ଗଭୀରରେ ପିଲାଟି ରହିଯାଇଥିବାରୁ ଆମେ ୯୦ ଫୁଟ୍‌ ଗଭୀର ଗର୍ତ୍ତ ଖୋଳିବାକୁ ସ୍ଥିର କରିଛୁ।

ଅଏଲ୍‌ ଆଣ୍ଡ୍‌ ନେଚୁରାଲ୍‌ ଗ୍ୟାସ୍‌ କର୍ପୋରେସନ୍‌ ମଗାଯାଇଥିବା ରିଗ୍‌ ମେସିନ୍‌ ଧରି ଆସୁଥିବା ଗାଡ଼ିଟି ବିଗିଡ଼ି ଯିବାରୁ ଶନିବାର ଦିନ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଇତି ମଧ୍ୟରେ ୨୫ ଫୁଟ୍‌ ଗଭୀରରେ ଲାଖିଥିବା ପିଲାଟି ପ୍ରାୟ ୧୦୦ ଫୁଟ୍‌ ଗଭୀରକୁ ଖସି ଗଲାଣି। ପିଲାଟିକୁ ବରାବର ଅମ୍ଳଜାନ ଯୋଗାଇ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe