ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀ ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ପ୍ରିୟଙ୍କା ଟ୍ୱିଟର୍ରେ ହରିବଂଶ ରାୟ ବଚ୍ଚନ୍ଙ୍କ ‘ଅଗ୍ନିପଥ’ କବିତା ପୋଷ୍ଟ କରି ଲେଖିଛନ୍ତି ‘ଆପଣ ସର୍ବଦା ମୋର ହିରୋ ରହିବେ’। ପ୍ରିୟଙ୍କାଙ୍କ ପୋଷ୍ଟରେ ରାଜୀବଙ୍କ ସହ ତାଙ୍କର ଗୋଟିଏ ପୁରୁଣା କଳାଧଳା ଫଟୋ ରହିଛି। ରାହୁଲ ମଧ୍ୟ ରାଜୀବଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି, ତାଙ୍କ ବାପା ସମସ୍ତଙ୍କୁ ଭଲ ପାଇବା ଏବଂ ସମ୍ମାନ ଦେବା ଶିଖାଇଛନ୍ତି। ରାହୁଲ ପ୍ରିୟଙ୍କାଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବୀରଭୂମି ଠାରେ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us