ଭବିଷ୍ୟତର ନୂଆ କରୋନାଭାଇରସ୍‌ ହଟ୍‌ସ୍ପଟ୍‌ ଚିହ୍ନଟ କଲେ ଗବେଷକ

ଭବିଷ୍ୟତର ନୂଆ କରୋନାଭାଇରସ୍‌ ହଟ୍‌ସ୍ପଟ୍‌ ଚିହ୍ନଟ କଲେ ଗବେଷକ

ନୂଆଦିଲ୍ଳୀ: ସମଗ୍ର ବିଶ୍ବରେ କରୋନାଭାଇରସ୍‌ ପ୍ରକୋପ ଜାରି ରହିଥିବା ବେଳେ ଆମେରିକାର ବୈଜ୍ଞାନିକମାନେ ନୂଆ କରୋନାଭାଇରସ୍‌ର ବୈଶ୍ବିକ ହଟ୍‌ସ୍ପଟ୍‌ ଠାବ କରିଛନ୍ତି। ଏହି ହଟ୍‌ସ୍ପଟ୍‌ଗୁଡ଼ିକରୁ ହିଁ ନୂଆ କରୋନାଭୂତାଣୁ ବ୍ୟାପିବା ସମ୍ଭାବନା ଅଧିକ ରହିଛି ବୋଲି ଗବେଷଣାରୁ ଜଣାପଡ଼ିଛି। ରିମୋଟ୍‌ ସେନ୍ସିଂ ବ୍ୟବହାର କରି ଏଭଳି କେତେକ ଅଂଚଳ ଠାବ କରାଯାଇଛି ଯେଉଁଠି ବାଦୁଡ଼ିମାନଙ୍କର ଅଧିକ ଉପସ୍ଥିତି ରହିଛି ଏବଂ ବାଦୁଡ଼ିଙ୍କଠାରୁ କରୋନାଭାଇରସ୍‌ ମନୁଷ୍ୟ ଦେହକୁ ଆସିବା ସମ୍ଭାବନା ମଧ୍ୟ ଅଧିକ।

ଏହି ଗବେଷଣା ପଶ୍ଚିମ ୟୁରୋପରୁ ଦକ୍ଷିଣ ପୂର୍ବ ଏସିଆ ପର୍ଯ୍ୟନ୍ତ ଅଂଚଳରେ କରାଯାଇଛି । ବର୍କେଲ୍‌ ସ୍ଥିତ ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆର ଗବେଷକମାନେ ଏହି ଗ୍ଳୋବାଲ୍‌ ହଟ୍‌ସ୍ପଟ ଠାବ କରିବାରେ ସକ୍ଷମ ହୋଇଛି । ବାଦୁଡ଼ିମାନଙ୍କଠାରୁ କେଉଁ ଅଂଚଳରେ ଲୋକଙ୍କ ଶରୀରକୁ ଭାଇରସ୍‌ ସଂକ୍ରମିତ କରିବ ସେ ବାବଦରେ ରିପୋର୍ଟ ଉପସ୍ଥାପନ କରାଯାଇଛି । ଯେଉଁ ସବୁ ହଟ୍‌ସ୍ପଟ ଚିହ୍ନଟ କରାଯାଇଛି ସେଥିରୁ ଅଧିକାଂଶ ଚୀନ୍‌ରେ ଅବସ୍ଥିତ। ଏହା ବ୍ୟତୀତ ଜାପାନ ଏବଂ ଉତ୍ତର ଫିଲିପାଇନ୍ସର କିଛି ଅଂଚଳ ମଧ୍ୟ ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ ହୋଇଛି। ଗବେଷକ ମାରିଆ କ୍ରିଷ୍ଟିନା କହିଛନ୍ତି ଯେ ଭବିଷ୍ୟତରେ କରୋନା ଭାଇରସ୍‌ ଯେଉଁ ଅଂଚଳରୁ ବ୍ୟାପିବା ସମ୍ଭାବନା ରହିଛି ତାହା ଠାବ ହୋଇଥିବାରୁ ଏବେ କିଭଳି ସତର୍କତା ପଦକ୍ଷେପ ଗ୍ରହଣ କରାଯିବ ତାହା ସଂପୃକ୍ତ ରାଷ୍ଟ୍ରମାନେ ଚିନ୍ତା କରିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe