ପୌର, ପଞ୍ଚାୟତକୁ ଅଧିକ ଆର୍ଥିକ ସ୍ୱାଧୀନତା ସପକ୍ଷରେ ରିଜର୍ଭ ବ୍ୟାଙ୍କ

Advertisment
ଋଣଧାରୀଙ୍କ ପାଇଁ ଆଶ୍ୱସ୍ତି, ବ୍ୟାଙ୍କଗୁଡ଼ିକୁ ଆରବିଆଇ ଦେଲା ଏହି ନିର୍ଦ୍ଦେଶ

The Indian Express

ମୁମ୍ବାଇ : ଦେଶର ପୌରପାଳିକା ଓ ପଞ୍ଚାୟତଗୁଡ଼ିକ ଯେଉଁଭଳି ଭାବେ କରୋନା ମହାମାରୀର ମୁକାବିଲା କରିଛନ୍ତି ତାହା ଭାରତୀୟ ରଜିର୍ଭ ବ୍ୟାଙ୍କକୁ ବେଶ ପ୍ରଭାବିତ କରିଛି। ସେଥିପାଇଁ ସେମାନଙ୍କୁ ଅଧିକ ଆର୍ଥିକ ସ୍ବାଧୀନତା ଦେବା ସପକ୍ଷରେ ରିଜର୍ଭ ବ୍ୟାଙ୍କ ଯୁକ୍ତି ବାଢ଼ିଛି। ଏହା ହେଲେ ସେମାନେ ସ୍ବାସ୍ଥ୍ୟ ସେବା ଓ ନାଗରିକଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବା ଦିଗରେ ଅଧିକ କାର୍ଯ୍ୟ କରିପାରିବେ। ଏଥିପାଇଁ ପୌରପାଳିକାର ଆର୍ଥିକ ବ୍ୟବସ୍ଥାରେ ସଂସ୍କାରର ଆବଶ୍ୟକତା ରହିଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ରିଜର୍ଭ ବ୍ୟାଙ୍କ ଏହାର ନୂଆ ରିପୋର୍ଟ ‘ଷ୍ଟେଟ୍‌ ଫାଇନାନ୍‌ସେସ୍‌: ଏ ଷ୍ଟଡି ଅଫ୍ ବଜେଟ୍‌ସ’ରେ ଜଣାଇଛି ଯେ ପୌରପାଳିକାଗୁଡ଼ିକୁ ଅଧିକ ପାଣ୍ଠି ମିଳିଥିଲେ ସେମାନେ ଟିକାକରଣ ହାରକୁ ଆହୁରି ବଢ଼ାଇପାରିଥାନ୍ତେ। ଭବିଷ୍ୟତର ସ୍ବାସ୍ଥ୍ୟ ସମ୍ପର୍କିତ ସଙ୍କଟର ମୁକାବଲା କରିବା ପାଇଁ ଭାରତର ଦକ୍ଷତାରେ ଉନ୍ନତି ଆଣିବାକୁ ହେଲେ ସ୍ଥାନୀୟ ପ୍ରଶାସନର ଅର୍ଥ ବ୍ୟବସ୍ଥାକୁ ଦୃଢ଼ କରିବାକୁ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି। ପୌରପାଳିକାର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଲାଗି କେତେକ ପଦକ୍ଷେପ ଗ୍ରହଣ କରିବାକୁ ରିପୋର୍ଟରେ ସୁପାରିସ କରାଯାଇଛି। ତାହା ହେଉଛି ସଂସ୍ଥାଗୁଡ଼ିକରେ ଆର୍ଥିକ ସ୍ବଚ୍ଛତାର ବ୍ୟବସ୍ତା କରିବା, ମୁନିସିପାଲିଟି ବଣ୍ଡ୍ ବଜାରକୁ ଦୃଢ଼ କରିବା, ବିକାଶମୂଳକ ଓ ଭିତ୍ତିଭୂମି ଫାଇନାନ୍ସ ଓ ସବୁଜ ଫାଇନାନ୍ସକୁ ଦୃଢ଼ କରିବା ଓ ଘରୋଇ ସଂସ୍ଥା ସହିତ ସହଯୋଗିତା ବଢ଼ାଇବା ଲାଗି ସୁଯୋଗ ସୃଷ୍ଟି କରିବାକୁ ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛି।
ରିପୋର୍ଟରେ କୁହାଯାଇଛି ଯେ ମହାମାରୀ ବ୍ୟାପିବା ପରେ ପୌରପାଳିକା ଓ ପଞ୍ଚାୟତଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ। ଲୋକମାନଙ୍କ ଚଳପ୍ରଚଳ ଉପରେ କଟକଣା, ସାମଗ୍ରୀ ଓ ସେବା ଉପରେ କଟକଣା ଲଗାଯାଇଥିବା ବେଳେ ଖୁବ୍‌ କମ୍ ସମୟ ଭିତରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ବଢ଼ାଇବା ଓ ଅଳ୍ପ ସମୟ ଭିତରେ ନାଗରିକଙ୍କ ଟିକାକରଣ କରିବା ଲାଗି ଆହ୍ବାନ ଯୋଗୁଁ ସେମାନଙ୍କ ଆର୍ଥିକ ସ୍ଥିତି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୨୧ଟି ପୌରପାଳିକାର ସର୍ଭେ କରାଯାଇଥିଲା। ସେଥିରୁ ଜଣାପଡ଼ିଛି ଯେ ଏହି ସବୁ ସଂସ୍ଥା ଆର୍ଥିକ ସ୍ତରରେ ବେଶ ଚାପରେ ରହିଛନ୍ତି। ନିଜସ୍ବ ରାଜସ୍ବ କମ୍ ରହିଥିବା ବେଳେ ସରକାରଙ୍କ ପାଣ୍ଠି ଉପରେ ସେମାନେ ଅତ୍ୟଧିକ ନିର୍ଭରଶୀଳ ରହିଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ସେମାନେ ଘରୋଇ ସଂସ୍ଥା ଓ ଏନ୍‌ଜିଓଗୁଡ଼ିକର ସହାୟତା ନେଇଥିଲେ। ସର୍ଭେରୁ ଜଣାପଡ଼ିଛି ‌ଯେ ପୌରପାଳିକା ଓ ପଞ୍ଚାୟତଗୁଡ଼ିକ ୨୦୨୧ରେ ୧୫-୨୫% ପର୍ଯ୍ୟନ୍ତ ରାଜସ୍ବ ହରାଇଛନ୍ତି।

ପଞ୍ଚାୟତଗୁଡ଼ିକ ମହାମାରୀ ମୁକାବିଲା ଲାଗି ପାଣ୍ଠି ଯୋଗାଡ଼ କରିବାକୁ ସଂଘର୍ଷ କରିଥିଲେ। ୭୦ ପ୍ରତିଶତ ପୌରପାଳିକାର ରାଜସ୍ବରେ ହ୍ରାସ ଘଟିଥିବା ବେଳେ ୭୧ ପ୍ରତିଶତ ପୌରପାଳିକାର ବ୍ୟୟ ବଢ଼ିଥିଲା। କୋଭିଡ୍ ମୁକାବିଲାରେ ଅଧକ ବ୍ୟୟ ହେବାରୁ ଅଧିକାଂଶ ପୌରପାଳିକା ସେମାନଙ୍କ ଅନ୍ୟାନ୍ୟ ପ୍ରତିବଦ୍ଧ ଖର୍ଚ୍ଚ କମ୍ କରିଥିଲେ। ମହାମାରୀର ଦ୍ବିତୀୟ ଲହର ସମୟରେ ରାଜ୍ୟ ସରକାରଙ୍କ ଠାରୁ ଠିକ୍ ସମୟରେ ପାଣ୍ଠି ମିଳିନଥିଲା ବୋଲି ଅଧିକାଂଶ ପୌରପାଳିକା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe