https://twitter.com
ନୂଆଦିଲ୍ଳୀ: ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରି ୬ ଜଣ ଲୋକ ବସିପାରିବା ଭଳି ଏକ ବିମାନ ତିଆରି କରିଥିବା କ୍ୟାପ୍ଟେନ୍ ଅମୋଲ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିବା ସହ ତାଙ୍କୁ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ମୁମ୍ବାଇର ବାସିନ୍ଦା ଏହି କ୍ୟାପ୍ଟେନ୍ ଜଣକ ଦୀର୍ଘ ୧୯ ବର୍ଷର ପ୍ରଚେଷ୍ଟା ପରେ ସଫଳତା ପାଇ ପାରିଛନ୍ତି। ଅମୋଲ ଯାଦବଙ୍କୁ ତାଙ୍କ ବିମାନ ଉଡ଼ାଣ ପାଇଁ ନିକଟ ଅତୀତରେ ‘ସ୍ପେସିଆଲ୍ ପର୍ମିଟ୍ ଟୁ ଫ୍ଲାଇ’ ସାର୍ଟିଫିକେଟ୍ ମିଳିସାରିଛି।
ନିଜର ଏହ ସଫଳତାକୁ ନେଇ ଅମୋଲ ଯାଦବ ବେଶ୍ ଆନନ୍ଦିତ। ଜଣେ ଭାରତୀୟ ଦ୍ୱାରା ତିଆରି ହୋଇଥିବା ଏହା ହେଉଛି ପ୍ରଥମ ଭାରତ ନିିର୍ମିତ ବିମାନ, ଯାହାକୁ ଉଡ଼ିବା ପାଇଁ ଅନୁମତି ମିଳିଛି। ସ୍ପାଇସ୍ଜେଟ୍ରେ ପାଇଲଟ୍ ଭାବେ କାମ କରୁଥିବା ଅମୋଲ ଯାଦବ ପୂର୍ବରୁ ମଧ୍ୟ ଦୁଇଟି ବିମାନ ତିଆରି କରିଥିଲେ। ମାତ୍ର ସେ ଦୁଇଟି ବିମାନ ତିଆରିରେ ସେ ସଫଳତା ପାଇପାରି ନଥିଲେ।
Follow Us