ନିଜ ମଧ୍ୟରେ ଥିବା ମତଭେଦ ଦୂର କର: କେନ୍ଦ୍ର, କେରଳ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍

ନିଜ ମଧ୍ୟରେ ଥିବା ମତଭେଦ ଦୂର କର: କେନ୍ଦ୍ର, କେରଳ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍

ନୂଆଦିଲ୍ଲୀ: ଏକ ମାମଲାର ବିଚାର ସମୟରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ତାଗିଦ୍ କରିଛନ୍ତି। କେରଳ ସରକାରଙ୍କ ସହିତ ସମ୍ପର୍କିତ ଏକ ମାମଲାରେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ରାଜ୍ୟର ତ୍ରୁଟିଯୁକ୍ତ ଆର୍ଥିକ ପରିଚାଳନାର ପ୍ରଭାବ ସମଗ୍ର ଦେଶର ଅର୍ଥବ୍ୟବସ୍ଥା ଉପରେ ପଡୁଛି। ଏନେଇ କେନ୍ଦ୍ର ସରକାର ଚିନ୍ତା କରିବାର ଆବଶ୍ୟକତା ରହିଛି। ତ୍ରୁଟିଯୁକ୍ତ ଆର୍ଥିକ ପରିଚାଳନା ଏକ ବଡ଼ ପ୍ରସଙ୍ଗ। ଏହା ସହିତ କୋର୍ଟ କେନ୍ଦ୍ର ସରକାର ଏବଂ କେରଳ ସରକାରଙ୍କୁ ନିଜନିଜ ମଧ୍ୟରେ ଥିବା ମତଭେଦ ଦୂର କରିବାକୁ ପରାମର୍ଶ ଦେଇଛନ୍ତି।
ଏହି ମାମଲାରେ କେନ୍ଦ୍ର ସରକାର ଋଣ ନେବା ସୀମା ଧାର୍ଯ୍ୟ କରି ରାଜ୍ୟର ଅର୍ଥିକ କ୍ଷେତ୍ରରେ ଅନିୟମିତତା ସୃଷ୍ଟି କରି ରାଜ୍ୟର କ୍ଷମତାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଥିଲା।
କୋର୍ଟ କହିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏଭଳି ପ୍ରସଙ୍ଗର ସମାଧାନ ପାଇଁ ଆଲୋଚନା ହେବା ଆବଶ୍ୟକ। କୋର୍ଟରେ ମାମଲା ବିଚାରଧିନ ଥିବା ଦର୍ଶାଇ ଆଲୋଚନା ବନ୍ଦ ହେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ବିଚାରପତି ସୂର୍ଯ୍ୟକାନ୍ତ ଏବଂ କେଭି ବିଶ୍ବନାଥନଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିଛନ୍ତି କେରଳ ଅତିରିକ୍ତ ଋଣ ନେବା ଅନୁରୋଧ ଉପରେ ବିଚାର କେବଳ ମାମଲା ପ୍ରତ୍ୟାହାର କରିବା ପରେ ହିଁ କରାଯାଇ ପାରିବ। ଏପରିସ୍ଥଳେ କେରଳ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଆଇନଜୀବୀ କପିଲ ସିବଲ କହିଥିଲେ ଏହି ପ୍ରସଙ୍ଗରେ ଆନ୍ଦୋଳନ କରିବା ଛଡ଼ା ରାଜ୍ୟ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ରାଜ୍ୟ ସରକାରଙ୍କୁ ଏବେ ସହାୟତାର ଅବାଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe