ଚୀନ୍‌କୁ ଆମେରିକାର ଚେତାବନୀ: ବୈଶ୍ୱିକ ବ୍ୟବସ୍ଥାକୁ ସମ୍ମାନ ଦିଅ ନଚେତ୍‌ ଭୟାବହ ବିଶ୍ୱର ସମ୍ମୁଖୀନ ହେବ

Advertisment
ଚୀନ୍‌କୁ ଆମେରିକାର ଚେତାବନୀ: ବୈଶ୍ୱିକ ବ୍ୟବସ୍ଥାକୁ ସମ୍ମାନ ଦିଅ ନଚେତ୍‌ ଭୟାବହ ବିଶ୍ୱର ସମ୍ମୁଖୀନ ହେବ

Image Courtesy of India Today

ଓ୍ଵାସିଂଟନ୍‌: ବୈଶ୍ୱିକ ବ୍ୟବସ୍ଥାକୁ ସମ୍ମାନ ଦିଅ ନତୁବା ଭୟାବହ ବିଶ୍ୱର ସମ୍ମୁଖୀନ ହେବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍‌କୁ ଚେତାବନୀ ଦେଇଛି।

ସିନ୍‌ଜିଆଙ୍ଗ୍‌, ହଙ୍ଗ୍‌କଙ୍ଗ୍‌ ଏବଂ ତାଇଓ୍ଵାନ୍‌ ଅଞ୍ଚଳରେ ଚୀନ୍‌ ଚଳାଇଥିବା କାର୍ଯ୍ୟକଳାପ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଉପରେ ସାଇବର୍‌ ଆକ୍ରମଣ ତଥା ତା’ର ମିତ୍ରରାଷ୍ଟ୍ରମାନଙ୍କ ଉପରେ ଆର୍ଥିକ ଚାପ ସୃଷ୍ଟି କରିବା ଆନ୍ତର୍ଜାତିକ ସମ୍ପର୍କକୁ ବିଗାଡୁଛି ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଚୀନ୍‌ର ବରିଷ୍ଠ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କଲା ବେଳେ ଏ କଥା କହିଛନ୍ତି।

publive-image Image Courtesy of Zee News

ଅଲାସ୍କାରେ ଆୟୋଜିତ ଆନ୍ତର୍ଜାତିକ ସମ୍ପର୍କ ସମ୍ବନ୍ଧୀୟ ଏହି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆମେରିକାର ବୈଦେଶିକ ସଚିବ ବ୍ଲିଙ୍କେନ୍‌ ଓ ନିରାପତ୍ତା ଉପଦେଷ୍ଟା ଜେକ୍‌ ସଲିଭିଆନ୍‌ ସେମାନଙ୍କର ଚୀନା ପ୍ରତିପକ୍ଷ ଓ୍ଵାଙ୍ଗ୍‌ ୟି ଏବଂ ୟାଙ୍ଗ୍‌ ଜିଏଚି ଯୋଗ ଦେଇଥିଲେ।

ବ୍ଲିଙ୍କେନ୍‌ କହିଲେ ଯେ, ବୈଶ୍ୱିକ ସ୍ଥିରତା ବଜାୟ ରଖୁଥିବା ନୀତିନିୟମକୁ ସୁରକ୍ଷା ଦେବା ଯୁକ୍ତରାଷ୍ଟ୍ର ଆମେରିକାର ଉଦ୍ଦେଶ୍ୟ। ଏହି ନୀତିନିୟମ ନ ରହିଲେ ବିଶ୍ୱ ଖୁବ୍‌ ଭୟାବହ ହୋଇଯିବ।

ବେଜିଙ୍ଗ୍‌ ବିପକ୍ଷରେ ଟ୍ରମ୍ପ୍‌ ପ୍ରଶାସନ ଗ୍ରହଣ କରିଥିବା କଠୋର କଟକଣା କୋହଳ କରାଯିବ ନାହିଁ ବୋଲି ଉକ୍ତ ବୈଠକରେ ସ୍ପଷ୍ଟ କରାଯାଇଛି। ବରଂ ମିତ୍ର ରାଷ୍ଟ୍ରମାନଙ୍କ ସହ ମିଶି ଉକ୍ତ କଟକଣା ସବୁକୁ ଅଧିକ କଠୋର କରିବା ଲାଗି ବାଇଡେନ୍‌ ପ୍ରଶାସନ ବ୍ୟବସ୍ଥା କରିବ ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe