କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ନିୟମ ବଦଳିଲା: ଅନୁଦାନରେ କଟକଣା ଲଗାଇଲା କେନ୍ଦ୍ର

Advertisment
ଜଳ, ପରିମଳ ପାଇଁ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକୁ ଆହ୍ବାନ

Moneycontrol

୪ଟି କିସ୍ତି‌ରେ ମିଳିବ ଅର୍ଥ, ପ୍ରଥମ କିସ୍ତିର ହିସାବ ଦେଲେ ମିଳିବ ଦ୍ବିତୀୟ
ପ୍ରତି ଯୋଜନା ପାଇଁ ସରକାରୀ ବ୍ୟାଙ୍କରେ ଖୋଲିବ ପୃଥକ୍ ଆକାଉଣ୍ଟ
ଚାପରେ ରାଜ୍ୟ ସରକାର, ପ୍ରତିମାସରେ ଦେବେ ରିପୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ରାଜ୍ୟମାନଙ୍କୁ ଆବଣ୍ଟନ କରୁଥିବା ଅର୍ଥରାଶିର ତରିକା ବଦଳାଇ ଦେଇଛନ୍ତି। ଏଣିକି ନୂଆ ଢାଞ୍ଚାରେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅର୍ଥ ରାଜ୍ୟମାନଙ୍କୁ ମିଳିବ। ଥରେ କି ଦୁଇଥର ନୁହେଁ, ପୂରା ୪ଟି କିସ୍ତିରେ ଅର୍ଥ ଦେବ କେନ୍ଦ୍ର। ଏ ସଂକ୍ରାନ୍ତରେ ସବୁ ରାଜ୍ୟକୁ ଜଣାଇ ଦିଆଯାଇଛି। ଫଳରେ ରାଜ୍ୟମାନଙ୍କ ପାଇଁ ଏବେ ଅଡ଼ୁଆ ପରିସ୍ଥିିତି ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ପ୍ରଥମ କିସ୍ତିର ୭୫ ପ୍ରତିଶତ ଖର୍ଚ୍ଚ ହେବାପରେ କେନ୍ଦ୍ର ସରକାର ପରବର୍ତ୍ତୀ କିସ୍ତି ବାବଦ ଅର୍ଥ ପ୍ରଦାନ କରିବେ। ପ୍ରଥମ କିସ୍ତିରେ ୨୫ ପ୍ରତିଶତ ଅର୍ଥରାଶି ଜାରି କରାଯିବ। ଏଥିରୁ ୭୫ ପ୍ରତିଶତ ଅର୍ଥ ଖର୍ଚ୍ଚ ହେବା ସହିତ ତା’ର ବିଶଦ ଖର୍ଚ୍ଚ ବିବରଣୀ ପ୍ରଦାନ କରିବା ପରେ ସେହି ଯୋଜନାର ପରବର୍ତ୍ତୀ ୨୫ ପ୍ରତିଶତ ଅର୍ଥରାଶି ମିଳିବ। ଯଦି ଆବଣ୍ଟନ କରାଯାଇଥିବା ଅର୍ଥରାଶି ଖର୍ଚ୍ଚ ନ ହୋଇ ବଳକା ରହିବ, ତାହାହେଲେ ସେହି ବଳକା ରାଶିକୁ ଫେରାଇବାର ଉତ୍ତରଦାୟିତ୍ବ ରାଜ୍ୟ ସରକାରଙ୍କର।

ଏହାଭିନ୍ନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା (ସିଏସ୍ଏସ୍)ରେ ଅର୍ଥ ପାଇବାକୁ ହେଲେ ରାଜ୍ୟ ସରକାରମାନଙ୍କୁ ପ୍ରତ୍ୟେକ ଯୋଜନା ପାଇଁ ଅଲଗା ଅଲଗା ଆକାଉଣ୍ଟ କରିବାକୁ ପଡ଼ିବ ଓ ଏହି ଆକାଉଣ୍ଟକୁ ହିଁ କେନ୍ଦ୍ର ସିଧାସଳଖ ଅର୍ଥ ଦେବେ। ଆକାଉଣ୍ଟଗୁଡିକ କେବଳ ସରକାରୀ ବ୍ୟାଙ୍କରେ ଖୋଲାଯିବ। ସିଏସ୍ଏସ୍ ଅନ୍ତର୍ଗତ ବିଭିନ୍ନ ଯୋଜନା ଗୁଡିକର ସଂଚାଳନ ପାଇଁ ଅଲଗା ଅଲଗା ନୋଡାଲ ଏଜେନ୍ସି କରିବାକୁ ରାଜ୍ୟ ସରକାର ବାଧ୍ୟ। ସମସ୍ତ ଯୋଜନା ଗୁଡିକର ଖର୍ଚ୍ଚର ସ୍ଥିତି ପ୍ରତ୍ୟେକ ମାସରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଦ୍ବାରା ସମୀକ୍ଷା କରାଯିବ ତଥା ରାଜ୍ୟମାନଙ୍କୁ ରିପୋର୍ଟ ମଧ୍ୟ ଦେବାକୁ ପଡିବ। କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ସମ୍ପର୍କିତ ଅର୍ଥ ଆବଣ୍ଟନ କରାଯିବାର ଏହି ନୂଆ ନିୟମ ଜୁଲାଇ ୧ରୁ ଲାଗୁ କରାଯିବ।

ଉଲ୍ଲେଖଯୋଗ୍ୟ ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ୩୫ଟି କେନ୍ଦ୍ର ପ୍ରାୟୋଜିତ ଯୋଜନା ପାଇଁ ୧୨.୮ ପ୍ରତିଶତ ଅର୍ଥରାଶି ରାଜ୍ୟମାନଙ୍କୁ ଆବଣ୍ଟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe