Image Courtesy of NDTV
ନୂଆଦିଲ୍ଲୀ: ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ବିବାଦ ମଧ୍ୟରେ ସାରା ଦେଶରେ କେତେକ ପରୀକ୍ଷାର୍ଥୀଙ୍କ ଫଳାଫଳକୁ ଅଟକାଇଦିଆଯାଇଛି । ଏହା ସହିତ ଗ୍ରେସ ମାର୍କ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସାରା ଦେଶରେ ୬୭ ଜଣ ଛାତ୍ରଛାତ୍ରୀଙ୍କ ରେଜଲ୍ଟ କୁ ଏନଟିଏ ଅଟକାଇ ଦେଇଛି, ଯେଉଁମାନଙ୍କୁ ଗ୍ରେସ ମାର୍କ ଦିଆଯାଇଥିଲା । ପାଟନାରେ ସମୁଦାୟ ୭୦ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିବା ବେଳେ ସେଥିରୁ ୧୭ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଭୁଲ୍ ଥିବା ଜଣାପଡ଼ିବା ପରେ ସେମାନଙ୍କ ଫଳାଫଳ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ସୂଚନା ଅନୁସାରେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପରୀକ୍ଷାର୍ଥୀଙ୍କ ଦାବି ଯାହା ଥିଲା, ତାହାକୁ ଗ୍ରହଣ କରାଯାଇଛି। ଏନଟିଏ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା, ଏହା ହୋଇଛି । ଏନଟିଏର ଡିଜିଙ୍କୁ ପରିବର୍ତ୍ତନ କରାଯାଇଛି । ଛାତ୍ରଛାତ୍ରୀଙ୍କ ମନକୁ ଆସିଥିଲା ଯେ ଏନଟିଏ ବ୍ୟବସ୍ଥାରେ ବିଶୃଙ୍ଖଳା ରହିଛି, ଯାହାକୁ ସରକାର ବୁଝିଥିଲେ ଏବଂ ଆମେ ଏହାକୁ ସୁଧାରିଥିଲୁ । ସରକାର ଏହାକୁ ବିଶୃଙ୍ଖଳାର କାରଣ ଭାବେ ବିବେଚନା କରୁଛନ୍ତି ଏବଂ ଏହା ଆଧାରରେ ଏନଟିଏର ଡିଜିଙ୍କୁ ବଦଳାଯାଇଛି।
Follow Us