ଧର୍ମଘଟକାରୀ ଡାକ୍ତରଙ୍କୁ ମମତା ବାନାର୍ଜୀଙ୍କ ଚେତାବନୀ: ୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦିଅ

ଧର୍ମଘଟକାରୀ ଡାକ୍ତରଙ୍କୁ ମମତା ବାନାର୍ଜୀଙ୍କ ଚେତାବନୀ: ୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦିଅ

Image Source: Hindustan Times

ନୂଆଦିଲ୍ଲୀ: ଚାରି ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦିଅ ବୋଲି ଗୁରୁବାର ଦିନ ପଶ୍ଚମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନକାରୀ ଡାକ୍ତରମାନଙ୍କୁ ଚେତାବନୀ ଦେଇଛନ୍ତି। ଆଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଧମକ ମଧ୍ୟ ଦେଇଛନ୍ତି।

ଗୁରୁବାର ଦିନ କୋଲକାତାସ୍ଥିତ ଏସ୍‌ଏସ୍‌କେଏମ୍‌ ହସ୍‌ପିଟାଲ୍‌ ପରିଦର୍ଶନରେ ଯାଇଥିବାବେଳେ କନିଷ୍ଠ ଡାକ୍ତରମାନେ ଚିତ୍କାର କରିଥିଲେ - ଆମେ ନ୍ୟାୟ ଚାହୁଁ। ଚାରି ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ଏଥିରେ ଉତ୍ତ୍ୟକ୍ତ ହୋଇ ମମତା ବାନାର୍ଜୀ ଡାକ୍ତରମାନଙ୍କୁ ଚେତାବନୀ ଶୁଣାଇଥିଲେ। ସେ କହିଲେ: ପ୍ରତି ଡାକ୍ତରଙ୍କ ପିଛା ରାଜ୍ୟ ୨୫ ଲକ୍ଷ ଟଙ୍କା ବ୍ୟୟ କରିଛି ଆଉ ସେମାନେ ଏବେ କାମ ଏଡ଼ାଉଛନ୍ତି। ଏ କଥା ବରଦାସ୍ତ କରି ହେବ ନାହିଁ। ସେମାନେ ଡାକ୍ତର ତ!

publive-image Image Source: One India

ଜଣେ ରୋଗୀଙ୍କର ମୃତ୍ୟୁ ଘଟିବା ପରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣରେ ସରବ୍ୟ ହେବା ପରେ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ କନିଷ୍ଠ ଡାକ୍ତରମାନେ ଆରମ୍ଭ କରିଥିବା ଧର୍ମଘଟ ଗୁରୁବାର ଦିନ ତୃତୀୟ ଦିନରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe