ବୀରାପ୍ପାନ୍‌ଙ୍କୁ ହତ୍ୟା କରିଥିବା ଆଇପିଏସ୍‌ ବିଜୟ କୁମାର ଜମ୍ମୁ ଓ କଶ୍ମୀର ରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ

ବୀରାପ୍ପାନ୍‌ଙ୍କୁ ହତ୍ୟା କରିଥିବା ଆଇପିଏସ୍‌ ବିଜୟ କୁମାର ଜମ୍ମୁ ଓ କଶ୍ମୀର ରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ କେ ବିଜୟ କୁମାରଙ୍କୁ ଜମ୍ମୁ ଓ କଶ୍ମୀରର ରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସହ ଆଇଏଏସ୍‌ ଅଧିକାରୀ ବି ବି ବ୍ୟାସଙ୍କୁ ମଧ୍ୟ ରଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି।

ସମ୍ପ୍ରତି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟରେ ବିଜୟ କୁମାର ବରିଷ୍ଠ ନିରାପତ୍ତା ଉପଦେଷ୍ଟା ପଦବୀରେ ଅବସ୍ଥାପିତ ହୋଇଛନ୍ତି।

ଚନ୍ଦନକାଠ ଚୋରା ଚାଲାଣକାରୀ ବୀରାପ୍ପାନଙ୍କୁ ଧରିବା କି, ମାରିବା ପାଇଁ ଗଠିତ ହୋଇଥିବା ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ ‘ଅପରେସନ୍‌ କୋକୁନ୍‌’ର ମୁଖ୍ୟ ଥିଲେ ବିଜୟ କୁମାର। ବୀରାପ୍ପାନ୍‌ଙ୍କୁ ହତ୍ୟା କରି ଅଭିଯାନକୁ ସାଫଲ୍ୟମଣ୍ଡିତ କରିବା ପରେ ସେ ତାମିଲନାଡୁର ଘରେ ଘରେ ପରିଚିତ ହୋଇ ପାରିଥିଲେ।

ନୂତନ ନିଯୁକ୍ତି ସର୍ମ୍ପକରେ ପ୍ରତିକ୍ରିୟା ପ୍ରକଶ କରି ବିଜୟ କୁମାର କହନ୍ତି: ଏ କ୍ଷଣି ମୁଁ ଅଧିକ କିଛି କହି ପାରିବି ନାହିଁ। ଜମ୍ମୁ ଓ କଶ୍ମୀରରେ ବଡ଼ ଟିମ୍‌ ଏବଂ ସମ୍ବଳ ଥାଇ ରାଜ୍ୟପାଳଙ୍କ ଅଧୀନରେ କାମ କରିବାକୁ ମୋର ଇଚ୍ଛା।

ତାମିଲନାଡୁ କ୍ୟାଡର୍‌ର ୧୯୭୫ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ବିଜୟ କୁମାର ପୂର୍ବରୁ ମଧ୍ୟ କଶ୍ମୀର ଉପତ୍ୟକାରେ କାମ କରିଛନ୍ତି। ୧୯୯୮ ରୁ ୨୦୦୧ ଯାଏଁ ସେ ବିଏସ୍‌ଏଫ୍‌ର ଇନ୍‌ପେକ୍ଟର୍‌ ଜେନେରାଲ୍‌ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe