୪୧ବର୍ଷ ପୁରୁଣା ମାମଲାରେ ପୁଲିସ ଅଧିକାରୀଙ୍କୁ ହେଲା ଜେଲ

ଗୁଜୁରାଟର ଏକ କୋର୍ଟ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ କୁଲଦୀପ ଶର୍ମାଙ୍କୁ ୪୧ବର୍ଷ ପୁରୁଣା ମାମଲାରେ ତିନି ମାସ ‌ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। କଂଗ୍ରେସ ନେତା ଅବଦୁଲ ହାଜି ଇବ୍ରାହିମ (ବର୍ତ୍ତମାନ ମୃତ)ଙ୍କୁ ଆଇପିଏସ ଅଧିକାରୀ କୁଲଦୀପ ଶର୍ମା ତାଙ୍କ କାର୍ଯ୍ୟାଳୟରେ ବିନା ଦୋଷରେ ବନ୍ଦୀ କରିଥିଲେ।

rty

rty

ନୂଆଦିଲ୍ଲୀ: ଗୁଜୁରାଟର ଏକ କୋର୍ଟ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ କୁଲଦୀପ ଶର୍ମାଙ୍କୁ ୪୧ବର୍ଷ ପୁରୁଣା ମାମଲାରେ ତିନି ମାସ ‌ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ଭୁଜର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ବିଏମ୍ ପ୍ରଜାପତି ପୂର୍ବତନ ପୁଲିସ ଇନ୍ସପେକ୍ଟର ଜିଏଚ୍ ଭାସଭଡାଙ୍କୁ ମଧ୍ୟ ତିନି ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

କୋର୍ଟ ଶର୍ମା ଏବଂ ଭାସଭଡାଙ୍କ ଉପରେ ୧,୦୦୦ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲାଗୁ କରିଛନ୍ତି। ୧୯୮୪ ମସିହାରେ କଂଗ୍ରେସ ନେତା ଅବଦୁଲ ହାଜି ଇବ୍ରାହିମ (ବର୍ତ୍ତମାନ ମୃତ)ଙ୍କୁ ଆଇପିଏସ ଅଧିକାରୀ କୁଲଦୀପ ଶର୍ମା ତାଙ୍କ କାର୍ଯ୍ୟାଳୟରେ ବିନା ଦୋଷରେ ବନ୍ଦୀ କରି ରଖିଥିଲେ।

ଏହି ଘଟଣାକୁ କେନ୍ଦ୍ର କରି ଭାରତୀୟ ଦଣ୍ଡ ସଂହିତାର ଧାରା ୩୪୨ ଅନୁଯାୟୀ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।  ଶର୍ମା, ଭାସଭଡା ଏବଂ ଅନ୍ୟ ଦୁଇ ଅଭିଯୁକ୍ତ (ଯେଉଁମାନେ ବର୍ତ୍ତମାନ ମୃତ)ଙ୍କ ବିରୋଧରେ  ଭାରତୀୟ ଦଣ୍ଡ ସଂହିତାର ଧାରା ୩୪ୟ, ୩୨୩ ଓ ୫୦୬ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।

ଅଭିଯୋଗରେ ଉଲ୍ଲେଖ ରହିଥିଲା କି, ଏକ ପ୍ରତିନିଧି ଦଳ ସେଠାକାର ଏକ ଥାନାରେ ପଞ୍ଜିକୃତ ଏକ ଅପରାଧିକ ମାମଲାରେ ପୁଲିସ ଦ୍ୱାରା ନିର୍ଦ୍ଦୋଷ ଲୋକଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଥିଲେ। ଯେତେବେଳେ ଶର୍ମା ଜାଣିବାକୁ ପାଇଲେ ଯେ କଂଗ୍ରେସ ନେତା ଅବଦୁଲ ହାଜି ଇବ୍ରାହିମ ଅଭିଯୋଗ କରିଥିବା ପ୍ରତିନିଧିମଣ୍ଡଳୀର ସଦସ୍ୟ ସେ ତାଙ୍କୁ ଏକ କୋଠରୀକୁ ନେଇ ମାଡ଼ ମାରିଥିଲେ।

ଏହି ଘଟଣାକୁ କେନ୍ଦ୍ର କରି ଭୁଜ କୋର୍ଟରେ ଅଭିଯୋଗ ଦାଖଲ ହେବା ପରେ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe