ଅବସରପ୍ରାପ୍ତ ଜୁଡିସିଆଲ୍‌ ଅଧିକାରୀଙ୍କ ପେନସନ ବୃଦ୍ଧି ମାମଲା: ୪ ରାଜ୍ୟକୁ ଅନୁପାଳନ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

Advertisment
ସୁପ୍ରିମକୋର୍ଟ ପାଇଁ ଐତିହାସିକ ଦିନ: ସମ୍ବିଧାନ ପୀଠ ଶୁଣାଣିର ସିଧା ପ୍ରସାରଣ

Image Courtesy of The Indian Express

ନୂଆଦିଲ୍ଲୀ : ଅବସରପ୍ରାପ୍ତ ଜୁଡିସିଆଲ୍‌ ଅଧିକାରୀମାନଙ୍କ ପେନସନ ବୃଦ୍ଧି ସଂପର୍କିତ ଅନୁପାଳନ ରିପୋର୍ଟ ଦାଖଲ ପାଇଁ ସୁପ୍ରିମକୋର୍ଟ ଓଡ଼ିଶା, ଦିଲ୍ଲୀ, ମହାରାଷ୍ଟ୍ର ଓ କେରଳକୁ ନିର୍ଦ୍ଦେଶ ଦେଇଛନ୍ତି। ଉପରୋକ୍ତ ୪ ରାଜ୍ୟ ଦ୍ବାରା ସୁପ୍ରିମକୋର୍ଟଙ୍କ ଏପ୍ରିଲ ୪, ୨୦୨୨ ଆଦେଶକୁ ପାଳନ କରାଯାଇନଥିବା ଅଲ୍‌ ଇଣ୍ଡିଆ ଜଜେସ୍ ଆସୋସିଏସନର ଓକିଲଙ୍କ ଦ୍ବାରା ଅବଗତ କରାଯିବା ପରେ ବିଚାରପତି ଜଷ୍ଟିସ ଏଲ୍‌ ନାଗେଶ୍ବର ରାଓ ଏବଂ ବିଚାରପତି ଜଷ୍ଟିସ ବିଆର୍‌ ଗଭାଇଙ୍କ ଖଣ୍ଡପୀଠ ଆଜି ୪ ରାଜ୍ୟକୁ ଚାରି ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଖଣ୍ଡପିଠ ସ୍ପଷ୍ଟ କରିଥିଲେ ଯେ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ ରାଜ୍ୟମାନଙ୍କ ପାଇଁ ଏହା ଶେଷ ସୁଯୋଗ। ସୁପ୍ରିମକୋର୍ଟ ଅକ୍ଟୋବର ୮, ୨୦୧୨ରେ ଜୁଡିସିଆଲ ଅଧିକାରୀ ଯେଉଁମାନେ ଜାନୁଆରି ୧, ୧୯୯୬ ପର ଠାରୁ ଅବସର ନେଇଥିଲେ ସେମାନଙ୍କୁ କର୍ଣ୍ଣାଟକ ମଡେଲ ଅନୁସାରେ ପେନସନକୁ ୩.୦୭ ଥର ବୃଦ୍ଧି କରି ‌ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ୮, ୨୦୧୨ ଆଦେଶର ଅନୁପାଳନ ପାଇଁ ସୁପ୍ରିମକୋର୍ଟ ଏପ୍ରିଲ ୪, ୨୦୨୨ରେ ପୁଣି ଥରେ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଅପରପକ୍ଷେ ଆଜିର ଶୁଣାଣିରେ ଆମିକସ କ୍ୟୁରି ସିଦ୍ଧାର୍ଥ ଭଟ୍ଟନାଗରଙ୍କ ଦ୍ବାରା ଖଣ୍ଡପୀଠଙ୍କୁ ରାଜ୍ୟମାନଙ୍କ ଦ୍ବାରା ଦାଖଲ କରାଯାଇଥିବା ଅନୁପାଳନ ରିପୋର୍ଟର ଲିଖିତ ସ୍ଥିତି ଅବଗତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe