ନିଶାସକ୍ତ ପୁଅକୁ ହତ୍ୟା କରି ଫିଙ୍ଗିଦେଲେ ଅବସରପ୍ରାପ୍ତ ଟ୍ରାଫିକ ଇନ୍ସପେକ୍ଟର

ନିଶାସକ୍ତ ପୁଅକୁ ହତ୍ୟା କରି ଫିଙ୍ଗିଦେଲେ ଅବସରପ୍ରାପ୍ତ ଟ୍ରାଫିକ ଇନ୍ସପେକ୍ଟର

Ahmedabad Mirror

ଅହମଦାବାଦ: ଜଣେ ୬୫ ବର୍ଷୀୟ ଅବସରପ୍ରାପ୍ତ ଟ୍ରାଫିକ ଇନ୍ସପେକ୍ଟର ତାଙ୍କ ୨୧ ବର୍ଷର ପୁଅକୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି ସହରର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଛନ୍ତି। ଅଭିଯୁକ୍ତ ନେପାଳ ପଳାଉଥିବାବେଳେ ରାଜସ୍ଥାନର ଗଙ୍ଗାନଗର ରେଳ ଷ୍ଟେସନରେ ଗତକାଲି ତାଙ୍କୁ ଆର୍‌ପିଏଫ୍‌ ଗିରଫ କରିଛି। ଖବରରୁ ଜଣାପଡ଼ିଛି, ଅଭିଯୁକ୍ତ ନିଲେଶ ଯୋଶୀ ଅବସରପ୍ରାପ୍ତ ଟ୍ରାଫିକ ଇନ୍ସପେକ୍ଟର। ତାଙ୍କ ପୁଅ ସ୍ବୟଂ (୨୧) ଡ୍ରଗ୍ସ ସେବନ ସହିତ ମଦ୍ୟପାନ କରୁଥିଲେ। ନିଶାଗ୍ରସ୍ତ ଅବସ୍ଥାରେ ସେ ଟଙ୍କା ପାଇଁ ବାପା ମାଆଙ୍କୁ ଦୁର୍ବ୍ୟବହାର ବି କରୁଥିଲେ। ଗତ ୧୮ ତାରିଖ ସକାଳେ ଅତ୍ୟଧିକ ନିଶାଗ୍ରସ୍ତ ଅବସ୍ଥାରେ ବାପାଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ନଦେବାରୁ ସେ ଏକ କାଠଫାଳିଆରେ ବାପାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୋଶୀ ସ୍ବୟଂକୁ ତଳେ ପକାଇ ତା ମୁଣ୍ଡକୁ ପଥରରେ ଛେଚି ମାରି ଦେଇଥିଲେ।

ଏକ ଇଲେକ୍ଟ୍ରିକ୍‌ କଟରରେ ସ୍ବୟଂର ମୁଣ୍ଡ ହାତ ଗୋଡ଼କୁ ଖଣ୍ଡ ଖଣ୍ଡ କରି କାଟି ପ୍ଲା‌ଷ୍ଟିକ୍‌ ବ୍ୟାଗରେ ଅଲଗା ଅଲଗା ଭର୍ତ୍ତି କରିଥିଲେ। ଦୁଇଚକିଆ ଯାନରେ ସେସବୁକୁ ନେଇ ସହରର ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗି ଦେ‌ଇଥିଲେ। ୨୦ ଓ ୨୧ ତାରିଖରେ ଭିନ୍ନ ଭିନ୍ନ ସ୍ଥାନରୁ ପୁଲିସ ଉଦ୍ଧାର କରିଥିବା ଶରୀରର ଖଣ୍ଡଗୁଡ଼ିକ ଜଣକର ବୋଲି ଜଣା ପଡ଼ିଥିଲା। ବୈଷୟିକ ଏବଂ ହ୍ୟୁମ୍ୟାନ ଇଣ୍ଟେଲିଜେନ୍ସକୁ ଭିତ୍ତି କରି କ୍ରାଇମ୍‌ ବ୍ରାଞ୍ଚ ଅଧିକାରୀମାନେ ଯୋଶୀଙ୍କୁ ସନ୍ଦେହ କରିଥିଲେ। ‌ତାଙ୍କ ଖୋଜ ଖବର ନେବାପରେ ସେ ନେପାଳକୁ ପଳାୟନ କରୁଥିବା ବେଳେ ଅଭିଯୁକ୍ତ ନୀଲେଶ ଯୋଶୀଙ୍କୁ ଶନିବାର ରାତିରେ ଗିରଫ କରି କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe