ରଏଟର୍ସର ଏକ୍ସ ହାଣ୍ଡଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇନୁ : ଭାରତ ସରକାର

ଅନ୍ତର୍ଜାତୀୟ ସମାଚାର ଏଜେନ୍ସି ରଏଟର୍ସର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ ବର୍ତ୍ତମାନ ଭାରତରେ ବନ୍ଦ ରହିଛି । ଲୋକମାନେ ଏହାକୁ ଆକସେସ କରିବାକୁ ଉଦ୍ୟମ କରିବାବେଳେ ତାହା ଖୋଲୁନାହିଁ ଓ ସେଥିଲେ ଲେଖା ରହୁଛି ଯେ ଏକ ଆଇନଗତ ଦାବି ଯୋଗୁଁ ଭାରତରେ ଏହି ହାଣ୍ଡଲ୍ ବାତିଲ ରହିଛି ।

reuters

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ସମାଚାର ଏଜେନ୍ସି ରଏଟର୍ସର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ ବର୍ତ୍ତମାନ ଭାରତରେ ବନ୍ଦ ରହିଛି । ଲୋକମାନେ ଏହାକୁ ଆକସେସ କରିବାକୁ ଉଦ୍ୟମ କରିବାବେଳେ ତାହା ଖୋଲୁନାହିଁ ଓ ସେଥିଲେ ଲେଖା ରହୁଛି ଯେ ଏକ ଆଇନଗତ ଦାବି ଯୋଗୁଁ ଭାରତରେ ଏହି ହାଣ୍ଡଲ୍ ବାତିଲ ରହିଛି । ଏହା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଏହାକୁ ତୀବ୍ର ବିରୋଧ କରାଯାଉଛି । ସ୍ବାଧୀନ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି ବୋଲି କେତେକ ମହଲରେ ଅଭିଯୋଗ କରାଯାଉଛି ।

ଅନ୍ୟପକ୍ଷରେ ଭାରତରେ ରଏଟର୍ସ ହାଣ୍ଡଲକୁ ବନ୍ଦ କରିବାକୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ବୋଲି ଭାରତ ସରକାର କହିଛନ୍ତି । ଏହା ମୁଖ୍ୟତଃ କୌଣସି ବୈଷୟିକ ତ୍ରୁଟି ଯୋଗୁଁ କିମ୍ବା ଏକ୍ସରେ କୌଣସି  ସମସ୍ୟା ହୋଇଥାଇପାରେ । ପୁଣି ରଏଟର୍ସର ଅନ୍ୟ କେତେକ ହାଣ୍ଡଲ ଭାରତରେ ଦୃଶ୍ୟମାନ ଅଛି । ଏଣୁ ନିଷିଦ୍ଧ କରାଯିବା କଥା ସତ୍ୟ ନୁହେଁ ବୋଲି ସରକାରୀ ସୁତ୍ରକୁ ଉଦ୍ଧାର କରି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି । 

ସରକାର କହିଛନ୍ତି ଯେ “ଆମେ ଏକ୍ସ (ଟ୍ୱିଟର) ସହିତ ସହଯୋଗରେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛୁ। ସରକାର ଦାବି କରୁଛନ୍ତି ଯେ ଏହା ସମ୍ଭବତଃ ପୁରୁଣା ନିର୍ଦ୍ଦେଶ ଉପରେ ବିଳମ୍ବରେ କାର୍ଯ୍ୟାନୁଷ୍ଠାନର ଫଳାଫଳ, ଯାହା ବର୍ତ୍ତମାନ ଆଉ ପ୍ରାସଙ୍ଗିକ ନୁହେଁ।“

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe