ଏପ୍ରିଲ୍‌ ୨୦୨୦ ଠାରୁ ସବୁ ଟ୍ରକ୍‌ ଓ ବସ୍‌ ନିମନ୍ତେ ବାଧ୍ୟତାମୂଳକ ହେବ ରିଭର୍ସ ପାର୍କିଙ୍ଗ୍‌ ଆଲର୍ଟ

Advertisment
ଏପ୍ରିଲ୍‌ ୨୦୨୦ ଠାରୁ ସବୁ ଟ୍ରକ୍‌ ଓ ବସ୍‌ ନିମନ୍ତେ ବାଧ୍ୟତାମୂଳକ ହେବ ରିଭର୍ସ ପାର୍କିଙ୍ଗ୍‌ ଆଲର୍ଟ

ନୂଆଦିଲ୍ଲୀ: ଦୁର୍ଘଟନା ଏଡ଼ାଇବା ନିମନ୍ତେ ଏପ୍ରିଲ୍‌ ୨୦୨୦ ଠାରୁ ନିର୍ମାଣ ହେବାକୁ ଥିବା ସମସ୍ତ ନୂଆ ଟ୍ରକ୍‌ ଏବଂ ବସ୍‌ରେ ରିଭର୍ସ ପାର୍କିଙ୍ଗ୍‌ ଆଲର୍ଟ ସିଷ୍ଟମ୍‌ ରହିବ ବୋଲି ସଡ଼କ ପରିବହନ ମନ୍ତ୍ରାଳୟ କହିଛି। ଜୁଲାଇ ୨୦୧୯ ଠାରୁ କାର୍‌ ଏବଂ ଅନ୍ୟ ଚାରିଚକିଆ ଯାନ ପାଇଁ ମଧ୍ୟ ଏହି ବାଧ୍ୟତାମୂଳକ ନିୟମ ଲାଗୁ କରାଯିବ।

ଗୁରୁବାର ଦିନ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ସଡ଼କ ପରିବହନ ମନ୍ତ୍ରାଳୟ କହିଛି ଏହି ବାଧ୍ୟତାମୂଳକ ନିୟମ ସେମି-ଟ୍ରେଲର୍‌, ଟ୍ରେଲର୍‌ ଏବଂ ମୋଡୁଲାର୍‌ ହାଇଡ୍ରାଉଲିକ୍‌ ଟ୍ରଲର୍‌ ଭଳି ପୁଲର୍‌ ଟ୍ରାକ୍ଟର୍‌ ଏବଂ ଟ୍ରାକ୍ଟର୍‌ଗୁଡ଼ିକ ନିମନ୍ତେ ଲାଗୁ କରାଯିବ ନାହିଁ। ଏହି ଆଲର୍ଟ ସିଷ୍ଟମ୍‌ରେ ରହିଥିବା ଇନ୍‌ଷ୍ଟଲିଙ୍ଗ୍‌ ସେନ୍‌ସର୍‌ ଏକ ନିର୍ଦ୍ଦିଷ୍ଟ ଦୂରତାରେ କୌଣସି ବସ୍ତୁର ଉପସ୍ଥିତ ବାରିପାରିବା କ୍ଷଣି ଶବ୍ଦ ଉତ୍ପନ୍ନ କରିବ। ଡ୍ରାଇଭର୍‌ଙ୍କୁ ଦୃଶ୍ୟାବଳୀ ସମ୍ବଳିତ ସୂଚନା ଦେଇ ସତର୍କ କରାଇବା ନିମନ୍ତେ ଏଥିରେ ରିୟର୍‌ ଭିୟୁ କ୍ୟାମେରା ଲଗାଯିବାର ବ୍ୟବସ୍ଥା ରହିଛି।

publive-image

ପାର୍କିଙ୍ଗ୍‌ ନିମନ୍ତେ ଡ୍ରାଇଭର୍‌ମାନେ ଟ୍ରକ୍‌ ଓ ବସ୍‌ଗୁଡ଼ିକୁ ପଛୁଆ ଚଲାଇବାବେଳେ ଅନେକ ମାରାତ୍ମକ ଦୁର୍ଘଟନା ଘଟୁଥିବା ଦୃଷ୍ଟିରୁ ଏହି ନୂତନ ନିୟମର ଗୁରୁତ୍ୱ ରହିଛି ବୋଲି ମନ୍ତ୍ରାଳୟ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe