ବିଦ୍ୟୁତ୍ ଯୋଗାଣ କମ୍ପାନିମାନଙ୍କ ସହିତ ସମୀକ୍ଷା ବୈଠକ

Advertisment

କେନ୍ଦ୍ର ଶକ୍ତିମନ୍ତ୍ରୀ ଡିସ୍‌କମ୍‌ଗୁଡ଼ିକର ଦଶମ ସମନ୍ୱିତ ରେଟିଂ ବ୍ୟବସ୍ଥା ଆରମ୍ଭ କଲେ

କେନ୍ଦ୍ର ଶକ୍ତିମନ୍ତ୍ରୀ ଡିସ୍‌କମ୍‌ଗୁଡ଼ିକର ଦଶମ ସମନ୍ୱିତ ରେଟିଂ ବ୍ୟବସ୍ଥା ଆରମ୍ଭ କଲେ

ବିଦ୍ୟୁତ୍ ଯୋଗାଣ କମ୍ପାନିମାନଙ୍କ ସହିତ ସମୀକ୍ଷା ବୈଠକ

PSU Connect

ନୂଆଦିଲ୍ଲୀ : ରାଜ୍ୟସମୂହ ଓ ପ୍ରାଦେଶିକ ବିଦ୍ୟୁତ୍ ଯୋଗାଣକାରୀ କମ୍ପାନି (ପାୱାର୍ ୟୁଟିଲିଟିଜ)ଗୁଡିକର ସମୀକ୍ଷା ଯୋଜନା ଓ ତଦାରଖ (ରିଭ୍ୟୁ ପ୍ଲାନିଂ ଆଣ୍ଡ୍ ମନିଟରିଂ ବା ଆର୍‌ପିଏମ୍‌) ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍.କେ. ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଶକ୍ତି ଓ ଭାରୀ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ କ୍ରିଷନ ପାଲ ଗୁର୍ଜର, ଶକ୍ତି ସଚିବ, ବିଭାଗର ବରିଷ୍ଠ ଅଧିକାରୀଗଣ, ବିଭିନ୍ନ ରାଜ୍ୟର ଶକ୍ତି ସଚିବ, ଅଧିକାରୀ ଏବଂ ବିଦ୍ୟୁତ୍ ଯୋଗାଣକାରୀ କମ୍ପାନିଗୁଡିକର ପ୍ରତିନିଧିମାନେ ଏଥିରେ ଉପସ୍ଥିତ ଥିଲେ।

ଏହି ବୈଠକରେ ବିଦ୍ୟୁତ୍ ଶକ୍ତି ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବିଶେଷକରି ଜୁଲାଇ ୩୦ରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ବଳ ଭବିଷ୍ୟ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣର ମର୍ମ ଅନୁସାରେ ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ଏଥିରେ ଗୁରୁତ୍ୱ ପାଇଥିଲା। ବିଦ୍ୟୁତ୍ କ୍ଷେତ୍ର କ୍ଷତି ପରିହାର କରି ନିଜକୁ ସମର୍ଥ ଓ ସ୍ୱାବଲମ୍ବୀ କରିବା, ବିଦ୍ୟୁତ୍ ଯୋଗାଣ ଓ ଉତ୍ପାଦନକାରୀ କମ୍ପାନିଙ୍କୁ ସରକାରୀ ବକେୟା ପ୍ରଦାନ, ସମ୍ପୃକ୍ତ କମ୍ପାନିଙ୍କୁ ଲେଟ୍ ପେମେଣ୍ଟ ସରଚାର୍ଜ ଓ ତତ୍-ସଂକ୍ରାନ୍ତ ବିଷୟଗୁଡିକ ଉପରେ ଆଲୋଚନା କରାଯାଇଥିଲା।

ଏହି ବୈଠକ ଅବସରରେ ମାନନୀୟ ଶକ୍ତିମନ୍ତ୍ରୀ ଆର୍.କେ. ସିଂହ ଶକ୍ତି ଯୋଗାଣକାରୀ କମ୍ପାନି (ପାୱାର ଡିଷ୍ଟ୍ରିବ୍ୟୁସନ ୟୁଟିଲିଟିଜ୍‌)ଗୁଡିକର ଇଣ୍ଟ୍ରିଗ୍ରେଟେଡ୍ ରେଟିଂ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହା ବ୍ୟତୀତ ଡିସ୍‌କମ୍‌ଗୁଡିକର ପ୍ରଥମ ସର୍ଭିସ୍ ରେଟିଂ ବ୍ୟବସ୍ଥା ଓ ଭାରତ ଇସ୍ମାର୍ଟ ମୋବାଇଲ ଆପ୍ଲିକେସନ (ବିଇଏସ୍‌ଏମ୍‌ଏ) ଆରମ୍ଭ କରାଯାଇଥିଲା।
ଇଣ୍ଟ୍ରିଗ୍ରେଟେଡ୍ ରେଟିଂ ବ୍ୟବସ୍ଥା ୨୦୧୨ଠାରୁ ପ୍ରତିବର୍ଷ କରାଯାଇ ଆସୁଛି। ଏହାର ଉଦ୍ଦେଶ୍ୟ ହେଲା ବିଦ୍ୟୁତ୍ ଯୋଗାଣକାରୀ କମ୍ପାନିଗୁଡିକର ବିଭିନ୍ନ ପ୍ରକାର ପ୍ରଦର୍ଶନକୁ ମୂଲ୍ୟାୟନ କରିବା। ଏଥିରେ ସେମାନଙ୍କର ଆର୍ଥିକ ସ୍ଥିରତା, ସେବା ଯୋଗାଣର ମାନ, ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ ଆଦି ବିଷୟକୁ ମୂଲ୍ୟାୟନ କରାଯାଇ ତଦନୁସାରେ ରେଟିଂ ପ୍ରଦାନ କରାଯାଇଥାଏ। ଡିସ୍‌କମ୍‌ଗୁଡିକର କାର୍ଯ୍ୟ ଓ ସେବାରେ ନିରନ୍ତର ପ୍ରଗତି ଆଣିବା ଏହି ରେଟିଂର ମୂଳ ଲକ୍ଷ୍ୟ। ଏହି ବ୍ୟବସ୍ଥାରେ ଘରୋଇ ଡିସ୍‌କମ୍‌ଗୁଡିକୁ ମଧ୍ୟ ସାମିଲ କରାଯାଇଛି ଏବଂ ସେମାନଙ୍କ କାର୍ଯ୍ୟର ମଧ୍ୟ ବାର୍ଷିକ ସମୀକ୍ଷା ହେଉଛି।

ବିଦ୍ୟୁତ୍ କ୍ଷେତ୍ରରେ ଚାଲିଥିବା ବିଭିନ୍ନ ପ୍ରକାରର ସଂସ୍କାରବାଦୀ କାର୍ଯ୍ୟକୁ ଆଗକୁ ବଢାଇ ଉପଭୋକ୍ତାମାନଙ୍କୁ ଶ୍ରେଷ୍ଠ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଶକ୍ତିମନ୍ତ୍ରୀ ଗତକାଲି ମଧ୍ୟ ଡିସ୍‌କମ୍‌ସମୂହଙ୍କର ୨୦୨୦-୨୧ ବର୍ଷର ଖାଉଟି ସେବା ରେଟିଂ (ସିଏମ୍‌ଆର୍‌ଡି) ଉନ୍ମୋଚନ କରିଥିଲେ। ଏଥିରେ ବିଭିନ୍ନ ଡିସ୍‌କମ୍‌ର ସାମ୍ପ୍ରତିକ ଖାଉଟି ସେବା ସଂକ୍ରାନ୍ତ ସ୍ଥିତି ସ୍ଥାନ ପାଇଛି। ଏହି ସେବାରେ ବିଦ୍ୟୁତ୍ ଯୋଗାଣ ଓ ପରିଚାଳନା ବ୍ୟବସ୍ଥାର ବିଶ୍ୱସନୀୟତା, ବିଜୁଳି ସଂଯୋଗ ପ୍ରଦାନ ସେବା, ମିଟରିଂ, ବିଲିଂ, ଫଲ୍ଟ କରେକ୍ସନ, ଶୁଳ୍କ ସଂଗ୍ରହ ଆଦି ଅନ୍ତର୍ଭୁକ୍ତ। ସାତଟି ମାନକ ଆଧାରରେ ଏହି ରେଟିଂ ଓ ମୂଲ୍ୟାୟନ କରାଯାଉଛି। ଯେଉଁ ଡିସ୍‌କମ୍‌ଗୁଡିକର ପ୍ରଦର୍ଶନ ଉଚ୍ଚକୋଟୀର ହେଉଛି ସେମାନଙ୍କର ମଡେଲକୁ ଅନ୍ୟମାନେ ଅନୁସରଣ କରିବାକୁ ପ୍ରୋତ୍ସାହିତ କରିବାର ବ୍ୟବସ୍ଥା ଏଥିରେ ଅଛି। ଡିସ୍‌କମ୍‌ଗୁଡିକରେ ସେବା ଓ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଏହା ଗୁରୁତ୍ୱ ଦେଉଛି।
ବିଜୁଳି ଉପଭୋକ୍ତାଙ୍କୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରିପେଡ୍ ସ୍ମାର୍ଟ ମିଟର ପାଇଁ ଏକ ଫ୍ରି ଟୁ ୟୁଜ୍ ମୋବାଇଲ ଆପ୍ ପ୍ରଚଳନର ଶୁଭାରମ୍ଭ କରାଯାଇଛି। ଏହା ସହିତ ସମଗ୍ର ଦେଶରେ ସ୍ମାର୍ଟ ମିଟରିଂ ବ୍ୟବସ୍ଥା ଆରମ୍ଭ ହେବ। ସ୍ମାର୍ଟ ମିଟରର ଡାଟା ଅନୁସାରେ ଏହି ମୋବାଇଲ ଆପ୍ କାର୍ଯ୍ୟ କରିବ। ଏଥିରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସେମାନଙ୍କର ବିଜୁଳି ବ୍ୟବହାର, ବଳକା ବିଜୁଳି ପରିମାଣ ପୈଠ କରିଥିବା ଅର୍ଥ ଓ ବଳକା ଅର୍ଥ ଆଦି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ। ଏହାଫଳରେ ବିଦ୍ୟତ୍ ଉପଭୋକ୍ତା ନିଜର ବିଜୁଳି ଖର୍ଚ୍ଚ, ସେ ବାବଦ ଦେୟ ଓ ଅନ୍ୟାନ୍ୟ ତଥ୍ୟ ସହଜରେ ପାଇପାରିବେ ଏବଂ ସେମାନଙ୍କ ଟେଲିଫୋନକୁ ମଧ୍ୟ ଆଲର୍ଟ ଓ ନୋଟିଫିକେସନ ଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe