କ୍ୟାଡର୍‌ ରୁଲ୍‌ସ ସଂଶୋଧନର ସମୀକ୍ଷା ହେଉ: ପିନାକୀ

Advertisment
ଲୋକସଭାରେ ଅନାସ୍ଥା ଆଲୋଚନାରେ କେନ୍ଦ୍ରକୁ ପ୍ରଶଂସା; କଂଗ୍ରେସର କୌଣସି ପ୍ରସ୍ତାବକୁ ସମର୍ଥନ କରିବୁ ନାହିଁ: ବିଜେଡି

YouTube

ନୂଆଦିଲ୍ଲୀ : ସର୍ବଭାରତୀୟ ପ୍ରଶାସନିକ କ୍ୟାଡର ରୁଲ୍‌ସ ପରିବର୍ତ୍ତନ ପ୍ରସ୍ତାବର ସମୀକ୍ଷା କରିବା ପାଇଁ ଗୁରୁବାର ଦିନ ବିଜେଡି ଦାବି କରିଛି। ଗୁରୁବାର ଦିନ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ପିନାକୀ ମିଶ୍ର କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବକୁ ସମାଲୋଚନା କରିଛନ୍ତି। ସେ କହିଲେ, ଏହି ପ୍ରସ୍ତାବକୁ ସବୁ ବିରୋଧୀ ଦଳ ଶାସିତ ରାଜ୍ୟମାନେ ବିରୋଧ କରୁଛନ୍ତି। ସଂଘୀୟ ବ୍ୟବସ୍ଥାରେ ଏହା ସବୁଠାରୁ କ୍ଷତିକାରକ ପ୍ରସଙ୍ଗ। ଏହା ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବ ‌ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ। ପ୍ରସ୍ତାବର ତୁରନ୍ତ ପୁନଃ ସମୀକ୍ଷା କରିବା ପାଇଁ ସେ ଦାବି କରିଥିଲେ।

ସେ କହିଲେ, ଏହି ପ୍ରସଙ୍ଗ ସମସ୍ତ ରାଜ୍ୟମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ପିନାକୀ କହିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଉଛି। ଓଡ଼ିଶାରୁ ଏଫ୍‌ସିଆଇ ଉଷୁନା ଚାଉଳ ଉଠାଣ କରୁନଥିବା ପ୍ରସଙ୍ଗ ସେ ଉଲ୍ଲେଖ କରିବା ସହିତ ଏ ଦିଗ‌ରେ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଶୃଙ୍ଖଳା ଉପରେ ସେ ଆଲୋଚନା କଲା ବେଳେ କହିଲେ, ଲୋକସଭାର ଜଣେ ସାଂସଦ ୧୦ ଦିନ ପୂର୍ବେ ମୟୂରଭଞ୍ଜରେ ଅଧିକାରୀଙ୍କୁ ଯେଉଁ ଭଳି ମାରପିଟ କଲେ ସେ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ। ପିନାକୀଙ୍କ ଏହି ମନ୍ତବ୍ୟ ଉପରେ ବିଜେପି ସାଂସଦ ଆପତ୍ତି ଉଠାଇଥିଲେ। ତେବେ ଧନ୍ୟବାଦ ପ୍ରସ୍ତାବକୁ ପିନାକୀ ସମର୍ଥନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe