ସାମାନ୍ୟ ଏବଂ ଲକ୍ଷଣ ନ ଥିବା କୋଭିଡ୍-୧୯ ମାମଲା ନିମନ୍ତେ ‘ହୋମ୍‌ ଆଇସୋଲେସନ୍‌’ ଗାଇଡ୍‌ଲାଇନ୍‌ ସଂଶୋଧନ କଲେ କେନ୍ଦ୍ର ସରକାର

Advertisment
ସାମାନ୍ୟ ଏବଂ ଲକ୍ଷଣ ନ ଥିବା କୋଭିଡ୍-୧୯ ମାମଲା ନିମନ୍ତେ ‘ହୋମ୍‌ ଆଇସୋଲେସନ୍‌’ ଗାଇଡ୍‌ଲାଇନ୍‌ ସଂଶୋଧନ କଲେ କେନ୍ଦ୍ର ସରକାର

Image Courtesy of The Times of India

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ସାମାନ୍ୟ ଏବଂ ଲକ୍ଷଣ ନ ଥିବା କୋଭିଡ୍-୧୯ ମାମଲା ନିମନ୍ତେ ସଂଶୋଧିତ ଗାଇଡ୍‌ଲାଇନ୍ ଜାରି କରିଛନ୍ତି।

ସଂଶୋଧିତ ମାର୍ଗଦର୍ଶିକା ଅନୁଯାୟୀ, ଆକ୍ରାନ୍ତ ବ୍ୟକ୍ତି ସାମାନ୍ୟ କିଂବା ଲକ୍ଷଣରହିତ ତାହା ଚିକିତ୍ସାରତ ମେଡିକାଲ୍‌ ଅଫିସର୍‌ ନିର୍ଦ୍ଧାରଣ କରିବେ। ‘ଏକାନ୍ତବାସ’ ଏବଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପରିବାରବର୍ଗଙ୍କ ‘କ୍ବାରେଣ୍ଟିନ୍‌’ ପାଇଁ ସେମାନଙ୍କ ଘରେ ଉପଯୁକ୍ତ ବ୍ୟବସ୍ଥା ଥିବା ଉଚିତ। ଏହାଛଡ଼ା, ଆକ୍ରାନ୍ତଙ୍କ ପରିବାରକୁ ଉପଯୁକ୍ତ ମାର୍ଗଦର୍ଶନ ପାଇଁ ଜିଲ୍ଲା ଏବଂ ଉପଖଣ୍ଡସ୍ତରରେ କଣ୍ଟ୍ରୋଲ୍‌ ରୁମ୍‌ ‘କଣ୍ଟାକ୍ଟ ନମ୍ବର’ ଦିଆଯିବ।

ଟିକା ଡୋଜ୍‌ ସମ୍ପୂର୍ଣ୍ଣ କରିଥିବା ଜଣେ ବ୍ୟକ୍ତିଙ୍କୁ ୨୪x୭ ସେବା ଯୋଗାଣକାରୀ ‘ଏକାନ୍ତବାସ’ କରୁଥିବା ଆକ୍ରାନ୍ତଙ୍କ ସେବା ପାଇଁ ଯୋଗାଇ ଦେବା ଉଚିତ। ତେଣୁ, ‘ହୋମ୍‌ ଆଇସୋଲେସନ୍‌’ ପାଇଁ ପୂର୍ବରୁ ଜେଣ ସେବାକାରୀ ଓ ମେଡିକାଲ୍‌ ଅଫିସର୍‌ଙ୍କର ବ୍ୟବସ୍ଥା କରାଯାଇଥିବା ଆବଶ୍ୟକ।

ମେଡିକାଲ୍‌ ଅଫିସର୍‌ ପରୀକ୍ଷା କରିବା ପରେ ଯାଇ ରକ୍ତଚାପ, ମଧୁମେହ, ହୃଦ୍‌ରୋଗ, ପୁରାତନ ଫୁସ୍‌ଫୁସ୍‌/ଯକୃତ୍‌/ବୃକ୍କ ଏବଂ ‘ସେରିବ୍ରୋ-ଭାସ୍କୁଲାର୍‌’ ବେମାରୀ ଥିବା ୬୦ ବର୍ଷିୟ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ‘ହୋମ୍‌ ଆଇସୋଲେସନ୍‌’ରେ ରହିପାରିବେ।

publive-image Image Courtesy of The Federal News

‘ଏଚ୍‌ଆଇଭି’, ଅଙ୍ଗ ପ୍ରତିରୋପିତ ବ୍ୟକ୍ତି, ଚିକିତ୍ସାରତ କର୍କଟ ରୋଗାକ୍ରାନ୍ତଙ୍କ ଭଳି ରୋଗ ପ୍ରତିରୋଧକ ଶକ୍ତ କମ୍‌ ଥିବା ବ୍ୟକ୍ତିମାନଙ୍କୁ ‘ହୋମ୍‌ ଆଇସୋଲେସନ୍‌’ରେ ରହିବାକୁ ଅନୁମତି ମିଳିବ ନାହିଁ। କିନ୍ତୁ, ସ୍ବାସ୍ଥ୍ୟ ପରୀକ୍ଷା କରି ମେଡିକାଲ୍‌ ଅଫିସର୍‌ ଅନୁମୋଦନ ଦେଲେ ସେମାନେ ‘ହୋମ୍‌ ଆଇସୋଲେସନ୍‌’ରେ ରହିପାରିବେ।

ଘରେ କୌଣିସ ବ୍ୟକ୍ତି ‘ଏକାନ୍ତବାସ’ରେ ରହିଲେ ସେ ପରିବାରର ବାକି ସଦସ୍ୟମାନେ ‘କ୍ବାରେଣ୍ଟିନ୍‌’ରେ ରହିବେ। ‘ଏକାନ୍ତବାସ’ରେ ଥିବା ବ୍ୟକ୍ତି କେବଳ ତାଙ୍କ ପାଇଁ ଉଦ୍ଦିଷ୍ଟ ବାୟୁ ଚଳାଚଳ କରୁଥିବା କୋଠରିରେ ରହିବେ। ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ସହ ମିଳାମିଶା କରିବେ ନାହିଁ। ‘ଏକାନ୍ତବାସୀ’ ସର୍ବଦା ତିନି ପରସ୍ତିଆ ‘ମେଡିକାଲ୍‌ ମାସ୍କ୍‌’ ବ୍ୟବହାର କରିବେ। ପ୍ରତି ୮ ଘଣ୍ଟାରେ ଥରେ ସେ ମାସ୍କ୍‌ ବଦଳାଇବା ଉଚିତ। ତାଙ୍କର ତତ୍ତ୍ବ ନେଉଥିବା ବ୍ୟକ୍ତି ‘ଏନ୍‌-୯୫’ ମାସ୍କ୍‌ ପରିଧାନ କରିବା ଉଚିତ।

ରୋଗୀ ପ୍ରଚୁର ପାଣି ପିବା ସହ ଯଥେଷ୍ଟ ବିଶ୍ରାମ ନେବା ଆବଶ୍ୟକ। ସେ ଅନ୍ୟୂନ ୪୦ ସେକେଣ୍ଡ୍‌ ଧରି ସାବୁନ ଫେଣରେ ହାତ ଧୋଇବା କିଂବା ଆଲ୍‌କହଲ୍‌ ଦିଆ ସାନିଟାଇଜର୍‌ରେ ହାତ ସଫା କରିବା ଉଚିତ। ବାସନକୁସନ ସମେତ ଘରର ଅନ୍ୟ ସଦସ୍ୟଙ୍କ ସହ ତାଙ୍କ ବ୍ୟକ୍ତିଗତ ସାମଗ୍ରୀ ସେୟାର୍‌ କରିବା ଅନୁଚିତ।

ସାବୁନ୍‌/ଡିଟର୍‌ଜେଣ୍ଟ୍‌ ଏବଂ ପାଣିରେ ଥରକୁ ଥର ଘରର ଚଟାଣ, ଟେବୁଲ୍‌, ଦୁଆର ନବ୍‌, ହ୍ୟାଣ୍ଡ୍‌ଲ୍‌ ଆଦି ପରିଷ୍କାର କରିବା ଆବଶ୍ୟକ। ରୋଗୀ ପାଖରେ ‘ବ୍ଲଡ୍‌ ଅକ୍ସିଜେନ୍‌ ସାଚ୍ୟୁରେଟର୍‌’ ଏବଂ ‘ ପଲ୍ସ୍‌ ଅକ୍ସିମିଟର୍‌’ ରଖିବା ଉଚିତ। ରୋଗୀ ତାଙ୍କ ଶରୀରର ଦୈନିକ ତାପମାତ୍ରା ଟିପି ରଖିବା ଉଚିତ। ତାପମାତ୍ରାରେ ହ୍ରାସ ବୃଦ୍ଧି ଘଟିଲେ ତୁରନ୍ତ କଣ୍ଟ୍ରୋଲ୍‌ ରୁମ୍‌କୁ ଜଣାଇବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe