ମୁଜାଫରପୁର: ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ନେତା ପ୍ରଶାନ୍ତ କିଶୋର(ପିକେ)ଙ୍କ ପାଇଁ ଏକ ମଞ୍ଚରେ ଜଣେ ମୁସଲମାନ ନେତାଙ୍କୁ ଅପମାନିତ କରିବା ମହଙ୍ଗା ପଡିଛି। ମୁଜାଫରପୁରରେ ଜନ ସୁରାଜର ସଚିବ ମହମ୍ମଦ ଜାଭେଦ ଅଖତର ପ୍ରଶାନ୍ତ କିଶୋରଙ୍କ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି।
ଜାଭେଦ ଅଖତର ୨୦୦ ମୁସଲମାନ କର୍ମୀଙ୍କ ସହ ଜନ ସୁରାଜ ପାର୍ଟିରୁ ଇସ୍ତଫା ଦେଇଛନ୍ତି। ଏହି ସମୟରେ ମୁସଲମାନ ନେତାମାନେ ପ୍ରଶାନ୍ତ କିଶୋରଙ୍କ କୁଶପୁତ୍ତଳିକାକୁ ପୋଡି ଦେଇଥିଲେ ଏବଂ ପ୍ରଶାନ୍ତ କିଶୋର ଅର୍ଥାତ୍ ପି.କେ.ର ଅର୍ଥ ବୁଝାଇ ଏହାକୁ 'ରାଜନୈତିକ ହତ୍ୟାକାରୀ(ପଲ୍ଟିକାଲ କିଲର)' ବୋଲି କହିଥିଲେ।
ବିହାର ଉପନିର୍ବାଚନରେ ​​ଜନ ସୁରାଜର ପରାଜୟ ପରେ ମୁଜାଫରପୁରର କୁଢ଼ନି ବ୍ଲକର ଚନ୍ଦ୍ରହଟ୍ଟିରେ ଚାରିଟି ଜିଲ୍ଲାର କର୍ମୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ମୁସଲମାନ ନେତା ତଥା ଜନ ସୁରାଜ ସଚିବ ଜାଭେଦ ଅଖତର ପ୍ରଶାନ୍ତ କିଶୋରଙ୍କୁ କିଛି କହିବାକୁ ଚାହୁଁଥିଲେ।
ଏହା ଉପରେ ପ୍ରଶାନ୍ତ କିଶୋର ତାଙ୍କୁ ଖରାପ ବ୍ୟବହାର କରିଥିଲେ। କେବଳ ଏତିକି ନୁହେଁ, ପି.କେ ଜାଭେଦ ଅଖତରଙ୍କୁ କହିଥିଲେ ଯେ 'ଏଠାରୁ ଚାଲିଯାଅ, ମତେ ଆରଜେଡି କର ନାହିଁ।' ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା।
ପ୍ରଶାନ୍ତ କିଶୋରଙ୍କ ଏହି ପ୍ରକାର ଆଚରଣ ଯୋଗୁ ମୁସଲମାନ ସମ୍ପ୍ରଦାୟରେ ଅସନ୍ତୋଷ ବୃଦ୍ଧି ହୋଇଥିଲା। ଏହି ଘଟଣା ନେଇ ଜାଭେଦ ଅଖତର ଦଳରୁ ଇସ୍ତଫା ଦେଇଛନ୍ତି। ସେ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଏକ ଗୀତ ଗାଇ ମୁସଲମାନମାନଙ୍କୁ ପ୍ରଶାନ୍ତ କିଶୋରଙ୍କୁ ଭୋଟ୍ ନ ଦେବାକୁ ନିବେଦନ କରିଥିଲେ।
ଅଧିକ ପଢ଼ନ୍ତୁ: ଆଦାନୀ, ସମ୍ୱାଲ ନେଇ ଚର୍ଚ୍ଚା ନାହିଁ, ଗଣତନ୍ତ୍ର କେଉଁଠି ଅଛି: କେନ୍ଦ୍ରକୁ ପ୍ରଶ୍ନ
ଜାଭେଦ ଅଖତର ପ୍ରଶାନ୍ତ କିଶୋରଙ୍କୁ ମୁସଲମାନମାନଙ୍କର ବିରୋଧୀ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ମୁସଲମାନମାନଙ୍କ ଭୋଟ୍ କାଟିବା ପାଇଁ ପି.କେ ଠିକା ନେଇଛନ୍ତି। ତାହା ହେଉଛି ତାଙ୍କର ଏଜେଣ୍ଡା, ନଚେତ୍ ସେ କିଛି ଦଳ ସହ ମେଣ୍ଟ ଗଠନ କରି ନ ଥାନ୍ତେ। ସେ କହିଛନ୍ତି ଯେ ପ୍ରଶାନ୍ତ କିଶୋରଙ୍କ ଉଦ୍ଦେଶ୍ୟ ବିପଜ୍ଜନକ ଏବଂ ଆଉ ତାଙ୍କ ପାର୍ଟିରେ ରହିବା ଉଚିତ୍ ନୁହେଁ।
ଜାଭେଦ ଅଖତର ପ୍ରଶାନ୍ତ କିଶୋରଙ୍କୁ ମୁସଲମାନମାନଙ୍କୁ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ପ୍ରଶାନ୍ତ କିଶୋର କୁରାନର ପଦଗୁଡ଼ିକୁ ଘୋଷି ଘୋଷି ମନେ ରଖି କରି ମୁସଲମାନ ସମାଜକୁ ପ୍ରତାରଣା କରୁଛନ୍ତି।
ଅଧିକ ପଢ଼ନ୍ତୁ: ସାବତ ଝିଅ ସହିତ ଦୁଷ୍କର୍ମ କରିଥିବା ପିତାଙ୍କୁ ୧୪୧ ବର୍ଷ ଜେଲ୍ ଦଣ୍ଡାଦେଶ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
