ଇଂଲଣ୍ଡର ଭୋଟ୍‌ ଗ୍ରହଣ କେନ୍ଦ୍ର ସାମ୍ନାରେ ବିଭିନ୍ନ ପ୍ରଜାତିର କୁକୁରଙ୍କ ଧାଡ଼ି

ଇଂଲଣ୍ଡର ଭୋଟ୍‌ ଗ୍ରହଣ କେନ୍ଦ୍ର ସାମ୍ନାରେ ବିଭିନ୍ନ ପ୍ରଜାତିର କୁକୁରଙ୍କ ଧାଡ଼ି

Image Courtesy of Hindustan Times

ଲଣ୍ଡନ: ବର୍ଷା ସତ୍ତ୍ୱେ ଗୁରୁବାର ଦିନ ସାଧାରଣ ନିର୍ବାଚନରେ ଭାଗ ନେବା ପାଇଁ ହଜାର ହଜାର ଭୋଟ୍‌ଦାତା ସେମାନଙ୍କର କୁକୁରମାନଙ୍କୁ ସାଥିରେ ଧରି ଆସିବାରୁ ବ୍ରିଟେନ୍‌ର ଭୋଟ୍‌ ଗ୍ରହଣ କେନ୍ଦ୍ରମାନଙ୍କରେ ରିଟ୍ରାଇଭର୍‌, ବିଗଲ୍‌, ପୁଡଲ୍‌ ଏବଂ ପଗ୍‌ ଆଦି ପ୍ରଜାତିଙ୍କର ଧାଡ଼ି ଲାଗିଥିଲା।

ଦେଶର ସ୍କୁଲ୍‌ ଏବଂ କମ୍ୟୁନିଟି ସେଣ୍ଟର୍‌ମାନଙ୍କରେ କରାଯାଇଥିବା ବୁଥ୍‌ ପାଖରେ ଠିଆ ହୋଇଥିବା ପୋଷା କୁକୁରମାନଙ୍କର ଫଟୋ ଉଠାଇ ମାଲିକମାନେ ଟୁଇଟ୍‌ କରିଥିଲେ।

publive-image Image Source of Hindustan Times

ଟୁଇଟର୍‌ରେ ପୋଷ୍ଟ୍‌ କରାଯାଇଥିବା ହଜାର ହଜାର ପୋଷା କୁକୁରମାନଙ୍କ ମଧ୍ୟରୁ ଲାବ୍ରାଡର୍‌ କୁକୁର ରେକ୍ସ, ସ୍ପାନିଏଲ୍‌ କୁକୁର ଗେମ୍ମା ଏବଂ ଗୋଟାଏ ରୋକ୍‌ କୁକୁର ସ୍କଟିସ୍‌ ପତାକା ଚିହ୍ନିତ ପୋଷାକ ପରିଧାନ କରିଥିଲେ।

ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ମଧ୍ୟ ତାଙ୍କ କୁକୁର ଡାଇଲିନ୍‌କୁ ଧରି ଭୋଟ୍‌ ଗ୍ରହଣ କେନ୍ଦ୍ରକୁ ଆସିଥିଲେ। ଲେବର୍‌ ପାର୍ଟିର ମେୟର୍‌ ସଦିକ୍‌ ଖାଁ ବି ତାଙ୍କ ପୋଷା କୁକୁର ଲୁନାକୁ ସାଥିରେ ଧରି ଆସିଥିଲେ।

publive-image Image Courtesy of NDTV

ଭୋଟ୍‌ ଗ୍ରହଣ କେନ୍ଦ୍ର ବାହାରେ ଗୋଟାଏ ଘୋଡ଼ା ବାନ୍ଧା ଯାଇଥିବାର ଫଟୋ ମଧ୍ୟ ଜଣେ ସ୍ଥାନୀୟ କାଉନ୍‌ସିଲ୍‌ ପୋଷ୍ଟ୍‍ କରିଥିଲେ।

ଇଲେକ୍ଟୋରାଲ୍‌ କମିସନ୍‌ କହିଥିଲେ ଯେ ମାଲିକମାନେ କୁକୁରମାନଙ୍କୁ ସାଥିରେ ଆଣି ପାରିବେ, କିନ୍ତୁ ସେମାନେ କୁକୁରମାନଙ୍କୁ ନିଜ ଆଗେ ଆଗେ ଚଲାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe