ନଇଁଲେ ମମତା, ଡାକ୍ତରଙ୍କ ବଦଳି ନିର୍ଦ୍ଦେଶ ପ୍ରତ୍ୟାହାର କଲେ

Advertisment
ନଇଁଲେ ମମତା, ଡାକ୍ତରଙ୍କ ବଦଳି ନିର୍ଦ୍ଦେଶ ପ୍ରତ୍ୟାହାର କଲେ

କୋଲକାତା : କୋଲକାତାର ଆରଜି କଲେଜ ଓ ହସ୍ପିଟାଲରେ ଜଣେ ଯୁବତୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି। ପଶ୍ଚିମବଙ୍ଗରେ ଡାକ୍ତରମାନେ ଧର୍ମଘଟ କରୁଛନ୍ତି। ଇତି ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି । ପଶ୍ଚିମବଙ୍ଗର ମମତା ସରକାର ଅନ୍ଦୋଳନ କରୁଥିବା ୪୨ ଡାକ୍ତରଙ୍କୁ ବଦଳି କରିଦେଇଥିଲେ । କିନ୍ତୁ ଏହାକୁ ନେଇ ଚାରିଆଡୁ ପ୍ରବଳ ବିରୋଧ ଦେଖାଦେବା ପରେ ମମତା ସରକାର ୨୪ ଘଣ୍ଟା ମଧ୍ୟରେ ହିଁ ଏହି ବଦଳି ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନାରାୟଣସ୍ୱରୂପ ନିଗମ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ ବଦଳି ପଛରେ ଅନ୍ୟ କୌଣସି କାରଣ ନାହିଁ। ଏହା ନିତିଦିନିଆ ଥିଲା। ଦୁଇ ମାସ ତଳେ ବଦଳି ନିଷ୍ପତ୍ତି ହୋଇଥିଲା।

ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି, "ଅଗଷ୍ଟ ୯ ତାରିଖରେ ଆରଜି କର ଙ୍କ ଘଟଣାର ପ୍ରାୟ ଦୁଇ ମାସ ପୂର୍ବରୁ ବଦଳି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏପରିକି ଏହି ବଦଳି ପାଇଁ ସଂପୃକ୍ତ କର୍ତ୍ତୃପକ୍ଷ ବହୁ ପୂର୍ବରୁ ଅନୁମତି ଦେଇଥିଲେ। କିନ୍ତୁ ନାମ ବନାନଠାରୁ ଆରମ୍ଭ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସୁଧାରିବା ପରେ ବଦଳି ଆଦେଶ ଜାରି କରିବାରେ ବିଳମ୍ବ ହୋଇଥିଲା। କିନ୍ତୁ ଆମେ ସେହି ଆଦେଶକୁ ମଧ୍ୟ ପ୍ରତ୍ୟାହାର କରୁଛୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe