Image Courtesy of Zee News
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଗଣମାଧ୍ୟମ ଅନ୍ୟାୟ ବିଚାର କରି ମୋତେ ଦୋଷୀ ଘୋଷଣା କରୁଛି ବୋଲି ଅଭିଯୋଗ କରି ଆଜି ସୁପ୍ରିମ୍ କୋର୍ଟରେ ସଦ୍ୟ ଆବେଦନ ପତ୍ର ଦାଏର କରିଛନ୍ତି।
ଆବେଦନରେ ରିୟା ସୁଶାନ୍ତଙ୍କ ଭଳି ଆତ୍ମହତ୍ୟା କରିଥିବା ଅଭିନେତା ଆଶୁତୋଷ ଭାକ୍ରେ ଏବଂ ସମୀର ଶର୍ମାଙ୍କ କଥା ଦର୍ଶାଇ କହିଛନ୍ତି ଯେ, ସେମାନଙ୍କ ମାମଲାରେ ଗଣମାଧ୍ୟମରେ ତିଳେମାତ୍ର ସ୍ବର ଉତ୍ତୋଳନ ହୋଇ ନ ଥିଲା।
ରିୟା କହନ୍ତି, ବିହାରରେ ନିର୍ବାଚନ ଥିବାରୁ ସୁଶାନ୍ତଙ୍କ ମାମଲାକୁ ବାସ୍ତବ ଠାରୁ ବଡ଼ କରାଯାଉଛି ଏବଂ ପଞ୍ଜିକରଣରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମ୍ପୃକ୍ତ ହେବାରୁ ପାଟନାରେ ଏଫ୍ଆଇଆର୍ ଗୃହୀତ ହୋଇଛି।
Image Courtesy of India Todayଏହା ପୂର୍ବରୁ ରିୟା ଚକ୍ରବର୍ତ୍ତୀ ପାଟନା ଏଫ୍ଆଇଆର୍କୁ ମୁମ୍ବାଇ ସ୍ଥାନାନ୍ତର କରାଯିବା ନିମନ୍ତେ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ। ସୁପ୍ରିମ୍ କୋର୍ଟରେ ସେ ମାମଲାର ବିଚାର ଚାଲିଛି।
ଦ୍ବିତୀୟ ଆବେଦନରେ ରିୟା ପୁନର୍ବାର ଲେଖିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟ ସିବିଆଇକୁ ମାମଲା ହସ୍ତାନ୍ତର ପାଇଁ ଆଦେଶ ଦେଲେ କିଂବା ସିବିଆଇ ମାମଲାର ତଦନ୍ତ କଲେ, ବିଚାର ପାଟନା ଅଦାଲତରେ ନୁହେଁ, ମୁମ୍ବାଇ ଅଦାଲତରେ କରାଯାଉ। ତାଙ୍କୁ ରାଜନୈତିକ ଆଜେଣ୍ଡାରେ ବଳି ପାଇଁ ଉଦ୍ଦିଷ୍ଟ ଛେଳି ନ କରା ଯାଇ ସୁରକ୍ଷିତ ରଖାଯିବା ଉଚିତ ବୋଲି ସେ ନିବେଦନ କରିଛନ୍ତି।
Follow Us