ଆସନ୍ତାକାଲି ରିୟା ଓ ସୌଭିକଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ ମୁମ୍ବାଇ ଅଦାଲତ

Advertisment

ଆଜି ରାତିରେ ବାଇକୁଲା ଜେଲରେ ରହିବେ ରିୟା

ଆଜି ରାତିରେ ବାଇକୁଲା ଜେଲରେ ରହିବେ ରିୟା

ଆସନ୍ତାକାଲି ରିୟା ଓ ସୌଭିକଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ ମୁମ୍ବାଇ ଅଦାଲତ

hindustantimes

ମୁମ୍ବାଇ: ବୁଧବାର ସକାଳେ ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ର (ଏନ୍‌ସିବି) ଅଧିକାରୀମାନେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇର ବାଇକୁଲ୍ଲା ଜେଲ୍‌କୁ ଆଣିଛନ୍ତି। ଗତ ରାତିରେ ରିୟା ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ କାର୍ଯ୍ୟାଳୟରେ ରହିଥିଲେ। ଏ ମଧ୍ୟରେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମାନେଶି‌ନ୍ଦେ କହିଛନ୍ତି ଯେ, ରିୟା ଏବଂ ତାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନ ଉପରେ ଆସନ୍ତାକାଲି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ହେବ। ଏହାର ଅର୍ଥ ହେଉଛି ଯେ, ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ରାତିରେ ବାଇକୁଲ୍ଲା ଜେଲରେ ରାତି ବିତାଇବାକୁ ପଡିବ | ଆସନ୍ତାକାଲି ତାଙ୍କ ଜାମିନ ଆବେଦନ ଶୁଣାଣି ହେବ। ଯଦି ତାଙ୍କର ଜାମିନ ଆବେଦନକୁ ମଞ୍ଜୁରି ନ ମିଳେ ତେବେ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ତାଙ୍କୁ ‌ବାଇକୁଲ୍ଲା ଜେଲରେ ରହିବାକୁ ପଡ଼ିବ।

रिया चक्रवर्ती (फाइल फोटो-PTI) aajtak

ସୂଚନା ମୁତାବକ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଚାଲିଥିବା ନିଶା ଔଷଧ ସମ୍ବନ୍ଧୀୟ ତଦନ୍ତ ମାମଲାରେ ରିୟାଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିଲା। ପରେ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦିଆଯାଇ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେଫାଜତକୁ ପଠାଇ ଦିଆଯାଇଥିଲା। ଗତକାଲି ସଂଧ୍ୟାରେ ରିୟା ତାଙ୍କ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଥିବା ବେଳେ ଏନ୍‌ସିବି ତାଙ୍କ ଜାମିନ ଆବେଦନର ବିରୋଧ କରିବା ସହ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ଯୁକ୍ତି ବାଢ଼ିଥିଲା । ଭିଡିଓ କନଫରେନସିଂ ଜରିଆରେ ମୁମ୍ବାଇର ଏକ ଅଦାଲତ ଏହି ମାମଲାର ଶୁଣାଣି କରି ରିୟାଙ୍କୁ ନ୍ୟାୟିକ ହେଫାଜତକୁ ପଠାଇ ଦେଇଥିଲେ। ତେବେ ଗତକାଲି ତାଙ୍କ ଜାମିନ ଆବେଦନକୁ ଖାରଜ କରିଦିଆଯାଇଥିବା ବେଳେ ଆସନ୍ତାକାଲି ପୁଣି ଥରେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe