ଅଭିନୟ ଛାଡି ଜୈବ ଚାଷ କରିବାକୁ ଚାହୁଁ ଥିଲେ ସୁଶାନ୍ତ, ମ୍ୟାନେଜର ଦିଶାଙ୍କ ଆତ୍ମହତ୍ୟା ଘଟଣାରେ ରିୟା ଫସାଇ ଦେବେ ବୋଲି ଥିଲା ଡର: ସୁଶାନ୍ତଙ୍କ ବାପା

Advertisment

ଏତଲା ରୁଜୁ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରିୟା

ଏତଲା ରୁଜୁ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରିୟା

ଅଭିନୟ ଛାଡି ଜୈବ ଚାଷ କରିବାକୁ ଚାହୁଁ ଥିଲେ ସୁଶାନ୍ତ, ମ୍ୟାନେଜର ଦିଶାଙ୍କ ଆତ୍ମହତ୍ୟା ଘଟଣାରେ ରିୟା ଫସାଇ ଦେବେ ବୋଲି ଥିଲା ଡର: ସୁଶାନ୍ତଙ୍କ ବାପା

dnaindia

ମୁମ୍ବାଇ: ମଙ୍ଗଳବାର ଦିନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ବିହାର ରାଜଧାନୀ ପାଟନାରେ ପ୍ରେମିକା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିବା ପରେ ଆତ୍ମହତ୍ୟା ଘଟଣାରେ ଏକ ନୂଆ ମୋଡ଼ ଆସିଥିଲା | ​​ ସୁଶାନ୍ତଙ୍କୁ ପ୍ରେମ ଫାଶରେ ପକାଇ ଆତ୍ମହତ୍ୟା କରିବାକୁ ଉସୁକାଇଥିବା ଅଭିଯୋଗ କରିଥିଲେ କେ.କେ ସିଂ | ରିୟା ଚକ୍ରବର୍ତ୍ତୀ, ତାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ମାତା ସାନ୍ଧ୍ୟା ଚକ୍ରବର୍ତ୍ତୀ, ଭାଇ ଶୋଭିକ ଚକ୍ରବର୍ତ୍ତୀ ଏବଂ ଦୁଇ ମ୍ୟାନେଜର ସୁମିଲ ଚକ୍ରବର୍ତ୍ତୀ ଏବଂ ଶ୍ରୁତି ମୋଦୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଛି। ଏହା ସହ ସୁଶାନ୍ତଙ୍କ ଡାକ୍ତର ମଧ୍ୟ ରିୟାଙ୍କ ସହ ହାତ ମିଳାଇଥିବାର ଅଭିଯୋଗ କରିଛନ୍ତି କେ.କେ ସିଂ | ଅନ୍ୟ ପକ୍ଷରେ, ପାଟନାରେ ଏତଲା ଲେଖାଯିବା ପରେ ଏହାକୁ ମୁମ୍ବାଇକୁ ଆଣିବା ପାଇଁ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ରିୟା |

आईपीसी की छह धाराओं में दर्ज हुई FIR oneindia

ସୁଶାନ୍ତଙ୍କ ବାପା କରିଥିବା ଅଭିଯୋଗ ମୁତାବକ, ସୁଶାନ୍ତ ଅଭିନୟ ଛାଡି ଜୈବ ଚାଷ କରିବା ପାଇଁ ମନସ୍ଥ କରିଥିଲେ | କିନ୍ତୁ ରିୟା ତାଙ୍କୁ ଏଭଳି କରିବା ପାଇଁ ମନା କରିଥିଲେ | ଧୀରେ ଧୀରେ ସେ ସୁଶାନ୍ତଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ | ସେ ଯେଉଁ ଫିଲ୍ମ କରିବେ, ସେହି ଫିଲ୍ମରେ ସୁଶାନ୍ତ ତାଙ୍କ ସହ କାମ କରିବାକୁ ବାଧ୍ୟ ଏବଂ ନକଲେ ସେ ମିଡ଼ିଆ ଆଗରେ ମିଛ ପ୍ରଚାର କରିବାର ଧମକ ଦେଇଥିଲେ | ପ୍ରେସକ୍ରିପସନ ଭାଇରାଲ କରି ସୁଶାନ୍ତ ପାଗଳ ବୋଲି ସମସ୍ତଙ୍କୁ ଜଣାଇଦେବେ ବୋଲି ରିୟା ଧମକ ଦେଉଥିଲେ | ମନ ଇଚ୍ଛା ସୁଶାନ୍ତଙ୍କ ଜମା ଟଙ୍କା ଉଠାଇବା ସହ ସୁଶାନ୍ତଙ୍କ ୩ଟି କମ୍ପାନି ମଧ୍ୟରୁ ୨ଟିରେ ସେ ନିର୍ଦେଶକ ବନିଯାଇଥିଲେ | ଏତେ ସବୁ ମଧ୍ୟରେ ସୁଶାନ୍ତଙ୍କ ମ୍ୟାନେଜର ଦିଶା ଆତ୍ମହତ୍ୟା କରିବା ପରେ ରିୟା ତାଙ୍କୁ ଆତ୍ମହତ୍ୟା ମାମଲାରେ ଫସାଇ ଦେବାର ଡର ସୁଶାନ୍ତଙ୍କ ମନରେ ଥିଲା ବୋଲି ତାଙ୍କ ବାପା କହିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe