କେମିତି ଅଛନ୍ତି ବୋଲି ପ୍ରଶ୍ନ କରାଯିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

କେମିତି ଅଛନ୍ତି ବୋଲି ପ୍ରଶ୍ନ କରାଯିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

Firstpost

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଏ ନେଇ ଦାୟୀ କରାଯାଇଥିଲା। ରିୟା ତାଙ୍କୁ ନିଶା ଦେବା ସହ ମାନସିକ ନିର୍ଯ୍ୟାତନା ଦେଇ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା। ପରେ ଘଟଣାର ତଦନ୍ତ କରି ନିଶା ଔଷଧ ଯୋଗାଡ଼ ଓ ଖରିଦ କରିବା ଅଭିଯୋଗରେ ‘ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ’ ସେପ୍ଟେମ୍ବର ୮, ୨୦୨୦ ତାରିଖ ଦିନ ତାଙ୍କୁ ଗି‌ରଫ କରିଥିଲା। ହେଲେ ଜେଲରେ ୨୮ଦିନ ରହିବା ପରେ ବମ୍ବେ ହାଇକୋର୍ଟ ରିୟାଙ୍କ ସର୍ତ୍ତମୂଳକ ଜାମିନ୍ ମଞ୍ଜୁର କରିଥିଲେ।

ତେବେ ଜେଲରୁ ବାହାରିବା ପରେ ରିୟା କିଛି ଦିନ ଘରୁ ବାହାରିବା ବନ୍ଦ କରିଦେଇଥି‌ଲେ ମଧ୍ୟ ଏବେ ସେ ନିଜ ଜୀବନକୁ ପୁଣି ଥରେ ବଞ୍ଚିବା ଆରମ୍ଭ କରିଛନ୍ତି। ସୁଶାନ୍ତଙ୍କୁ ଭୁଲି ନିଜ ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛନ୍ତି। ଏ ମଧ୍ୟରେ କେମିତି ଅଛନ୍ତି ବୋଲି ପ୍ରଶ୍ନ କରାଯିବା ପରେ ରିୟା ଯେଉଁ ଉତ୍ତର ରଖିଛନ୍ତି, ସେ ଭିଡିଓ ଏବେ ଭାଇରାଲ ହେବା‌ରେ ଲାଗିଛି। ଭିଡିଓରେ, ରିୟା ଜିମରୁ ବାହାରକୁ ଆସୁଥିବା ବେଳେ ତାଙ୍କୁ ଫଟୋଗ୍ରାଫର କେମିତି ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରିୟା କହିଥିଲେ ଯେ, ମୁଁ ଠିକ୍ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe