ସାରାଙ୍କ ସହ ମିଶି ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ ସୁଶାନ୍ତ, ବିରକ୍ତ ହୋଇ ଜୁନ ୮ରେ ମୁଁ ତାଙ୍କ ଘର ଛାଡ଼ିଥିଲି: ରିୟା ଚକ୍ରବର୍ତ୍ତୀ

Advertisment
ସାରାଙ୍କ ସହ ମିଶି ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ ସୁଶାନ୍ତ, ବିରକ୍ତ ହୋଇ ଜୁନ ୮ରେ ମୁଁ ତାଙ୍କ ଘର ଛାଡ଼ିଥିଲି: ରିୟା ଚକ୍ରବର୍ତ୍ତୀ

DNA India

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଏକ ବଡ଼ ବୟାନର ଖୁଲାସା ହୋଇଛି। ଗିରଫ ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସହିତ ପଚରାଉଚରା ବେଳେ ରିୟା ସୁଶାନ୍ତଙ୍କ ଘରୁ ବାହାରିବାର ପ୍ରକୃତ କାରଣ ଦର୍ଶାଇଥିଲେ। ରିୟା କାହିଁକି ଜୁନ୍ ୮ରେ ସୁଶାନ୍ତଙ୍କ ଘରୁ ବାହାରିଥିଲେ ସେ ନେଇ ସେ ଏନସିବିକୁ ଜଣାଇଥିଲେ। ଜାତୀୟ ଗଣମାଧ୍ୟମ ଆଜ୍ ତକ୍ ଏନସିବି ଏବଂ ରିୟାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ସ୍ୱତନ୍ତ୍ର ଟ୍ରାନ୍ସକ୍ରିପସନ୍ ଗ୍ରହଣ କରିଥିବା ଦାବି କରି ଏଭଳି ଖବର ପ୍ରକାଶ କରିଛି, ଯେଉଁଥିରେ ରିୟା ସୁଶାନ୍ତଙ୍କଠାରୁ ଅଲଗା ହେବାର କାରଣ ଦର୍ଶାଇଛନ୍ତି।

ଏନସିବିକୁ ଦିଆଯାଇଥିବା ବିବୃତ୍ତିରେ ରିୟା କହିଛନ୍ତି ଯେ, ସୁଶାନ୍ତ ନିଶାଗ୍ରସ୍ତ ହୋଇସାରିଥିଲେ ଏବଂ ସେ ଏଥିରୁ ବାହାରି ପାରିବେ ନାହିଁ ବୋଲି ମୁଁ ଜାଣି ସାରିଥିଲି।  ଲକଡାଉନ୍ ଏବଂ ସୁଶାନ୍ତ ଉପରେ ଲାଗିଥିବା #ମି ଠୁ ଅଭିଯୋଗକୁ ଧ୍ୟାନରେ ରଖି ମୋ କ୍ୟାରିଅର୍ ନଷ୍ଟ ହୋଇଯିବ ବୋଲି ଭାବି ମୁଁ ସୁଶାନ୍ତଙ୍କ ଘର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲି। ସୁଶାନ୍ତ ୧୦-୨୦ କ୍ୟୁରେଟେଡ୍ ଗଞ୍ଜେଇ ନେଉଥିଲେ। #ମି ଠୁ ଅଭିଯୋଗ ହେତୁ ସୁଶାନ୍ତ ଅଧିକରୁ ଅଧିକ ନିଶା ସେବନ କରିଥିଲେ ଏବଂ ସେ ଲକଡାଉନରେ ନିଶାଗ୍ରସ୍ତ ହୋଇଯାଇଥିଲେ।

Sara Ali Khan reveals kissing scene with Sushant Singh Rajput was one of  the easiest scenes Times of India

ରିୟା ତାଙ୍କ ବିବୃତ୍ତିରେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ସେ କେଦାରନାଥ ଚଳଚ୍ଚିତ୍ରର ସୁଟିଂ ସମୟରେ ହିମାଳୟରେ ରହିଥିଲେ, ମାଗଣା ଉପଲବ୍ଧତା ହେତୁ ସେ ସେଠାରେ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ପୁରା ସେଟ୍ ଡ୍ରଗ୍ସ ନେଉଥିଲା। ସାରା ମଧ୍ୟ ସୁଶାନ୍ତଙ୍କ ସହ ଡ୍ରଗ୍ସ ନେଉଥିଲେ। ସାରାଙ୍କ ସହ ମିଶି ସୁଶାନ୍ତ ଅଧିକରୁ ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ସେଠାରୁ ଫେରିବା ପରେ ସେ ଡ୍ରଗ୍ସକୁ ଛାଡ଼ି ପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe