Image Courtesy of Hindustan Times
ନୂଆଦିଲ୍ଲୀ: ବୁଧବାର ସକାଳେ ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ର (ଏନ୍ସିବି) ଅଧିକାରୀମାନେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇର ବାଇକୁଲା ଜେଲ୍କୁ ଆଣିଛନ୍ତି। ସେ ସେଠାରେ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ରହିବେ। ଏବେ ମଧ୍ୟ ଔପଚାରିକ ପ୍ରକ୍ରିୟା ଚାଲୁ ରହିଛି। ଏହା ପରେ ରିୟାଙ୍କୁ ଅଦାଲତରେ ହାଜର କରାଯିବ।
ଗତ ରାତିରେ ରିୟା ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ କାର୍ଯ୍ୟାଳୟରେ ରହିଥିଲେ। ବାଇକୁଲା ଜେଲ୍ ହେଉଛି ମୁମ୍ବାଇରେ ମହିଳା ଅନ୍ତେଃବାସୀଙ୍କ ନିମନ୍ତେ ଏକମାତ୍ର ଜେଲ୍। ସମ୍ପ୍ରତି ବାଇକୁଲା ଜେଲ୍ରେ ଥିବା ବିଶିଷ୍ଟ ମହିଳାଙ୍କ ମଧ୍ୟରେ ଅଛନ୍ତି ଶୀନା ବୋରା ହତ୍ୟାକାଣ୍ଡର ଅଭିଯୁକ୍ତା ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ କୋରେଗାଓଁ-ଭୀମା ମାମଲାରେ ଗିରଫ ହୋଇଥିବା ସାମାଜିକକର୍ମୀ ସୁଦ୍ଧା ଭରଦ୍ବାଜ।
Image Courtesy of ANIସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଚାଲିଥିବା ନିଶା ଔଷଧ ସମ୍ବନ୍ଧୀୟ ତଦନ୍ତ ମାମଲାରେ ରିୟାଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିଲା। ତାଙ୍କ ଭାଇ ସୌଭିକ ଏବଂ ରାଜପୁତଙ୍କ ଘର ପରିଚାଳକ ସାମୁଏଲ୍ ମିରାଣ୍ଡାଙ୍କୁ ‘ଏନ୍ସିବି’ ଗିରଫ କରିବାର ତିନି ଦିନ ପରେ ରିୟା ଗିରଫ ହୋଇଛନ୍ତି।
Follow Us